ଶଙ୍ଖ ଧରିଲେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ, କଂଗ୍ରେସରୁ ଦେଇଥିଲେ ଇସ୍ତଫା

Published By : Prameya-News7 Bureau | March 20, 2024 IST

ଭୁବନେଶ୍ୱର ୨୦।୦୩ : ଶଙ୍ଖ ଧରିଲେ ଅଧିରାଜ ପାଣିଗ୍ରାହୀ । ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବିଜେଡିର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ମଙ୍ଗଳବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ ଅଧିରାଜ । 

ଖବର ଅନୁଯାୟୀ, ଦୀର୍ଘ ୨୫ ବର୍ଷ ଧରି କଂଗ୍ରେସରେ ଥିଲେ ଅଧିରାଜ।  ୨୦୧୯ ନିର୍ବାଚନରେ ଅଧିରାଜ ପାଣିଗ୍ରାହୀ ୫୯, ୩୦୮ ଖଣ୍ଡ ଭୋଟ୍ ପାଇ କଂଗ୍ରେସ ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ବିଜେଡି ନେତା ଲମ୍ବୋଦର ନିଆଲଙ୍କୁ ପରାଜିତ କରିଥିଲେ। ଅବଶ୍ୟ ଏହା ପୂର୍ବରୁ ୨୦୧୪ରେ ସେ ଏହି ଆସନରୁ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ହେଲେ ମଙ୍ଗଳବାର ଦିନ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ପିସିସି ସଭାପତିଙ୍କୁ ନିଜ ଇସ୍ତଫା ପତ୍ର ପଠାଇଥିଲେ ଅଧିରାଜ । ଏଥିରେ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ନେଇ ଅବଗତ କରାଇଥିଲେ । ଶେଷରେ ବୁଧବାର ଦିନ ଶଙ୍ଖ ଭବନରେ ବିଜେଡିରେ ମିଶିଛନ୍ତି ଅଧିରାଜ ପାଣିଗ୍ରାହୀ ।  ଏହି ମିଶ୍ରଣ ପର୍ବରେ ବିଜେଡିରେ ଅନେକ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । ଯେପରି ମାନସ ମଙ୍ଗରାଜ, ପ୍ରଣବ ପ୍ରକାଶ ଦାସ, ସ୍ନେହାଙ୍ଗୀନ ଛୁରୀଆ ପ୍ରମୁଖ ଉପସ୍ଥିତ ରହିଥିଲେ । 

କଂଗ୍ରେସ ଛାଡ଼ିଲେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ବିଜେଡିରେ ହେବେ ସାମିଲ୍‌ !

  • odisha
  • OdishaNews
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.