ଉମରକୋଟ: କଇଁଛ ଚୋରାଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ । ୩୦ଟି ଜୀବନ୍ତ କଇଁଛ ଉଦ୍ଧାର ସହ ଜଣକୁ ଗିରଫ କରିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବନ ବିଭାଗ ।ବନବିଭାଗ କର୍ମଚାରୀମାନେ ଗୁରୁବାର ବିଳମ୍ବିତ ରାତିରେ ପାଟ୍ରୋଲିଂ କରୁଥିବା ବେଳେ କଇଁଛ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ଖବର ପାଇ କଂଗ୍ରା ସେକ୍ସନ କାର୍ଯ୍ୟାଳୟ ନିକଟରେ ଜଗି ରହିଥିଲେ। ଏହି ସମୟରେ ଏକ ବାଇକ ଯୋଗେ କଇଁଛ ନେଉଥିବା ବେଳେ ମାଡ଼ି ବସିଥିଲେ ବନବିଭାଗ କର୍ମଚାରୀ।

ତେବେ ଚଢ଼ାଉ ଭୟରେ ବାଇକରେ ଥିବା ଦୁଇ ଜଣ ଚୋରାଚାଲାକାରୀ ଖସିଯିବାକୁ ଉଦ୍ୟମ କରିଥିଲେ। ମାତ୍ର ସେମାନଙ୍କୁ ମଧ୍ୟରୁ ଜଣକୁ ଧରିବାରେ ସଫଳ ହୋଇଥିଲା ବନ ବିଭାଗ। ତେବେ ଚଢ଼ାଉରୁ ଚୋରାଚାଲାଣ କାରୀଙ୍କଠାରୁ ଏକ ବସ୍ତାରୁ ୩୦ଟି ଜୀବନ୍ତ କଇଁଛ ଉଦ୍ଧାର କରାଯାଇଥିଲା। ବନବିଭାଗ କଇଁଛଗୁଡ଼ିକୁ ଝରିଗାଁ ବନାଞ୍ଚଳରେ ରଖିଛି।

Also Read: ୧୦ ମାସର ଶିଶୁ ଗିଳି ଦେଲା କୋଲ୍ଡ ଡ୍ରିଙ୍କସ ବୋତଲ ଠିପି, ମୃତ୍ୟୁ ପରେ ବାହାର କଲା ମାଆ...

ସେପଟେ ଗିରଫ ଅଭିଯୁକ୍ତର ପରିଚୟ ରାଇଘର ବ୍ଲକ ଚାତାବେଡ଼ା ଗାଁର ପ୍ରସନଜିତ କର୍ମକାର ବୋଲି ଜଣାପଡ଼ିଛି। ଫେରାର ଅଭିଯୁକ୍ତକୁ ମଧ୍ୟ ଖୁବ ଶୀଘ୍ର ଧରାଯିବ ବୋଲି ନବରଙ୍ଗପୁର ଏସିଏଫ୍ ଦିବ୍ୟା ମାଧୁରୀ ସେଠି କହିବା ସହ କଇଁଛକୁ କଳାହାଣ୍ଡି ଜିଲ୍ଲାରୁ ଆଣି ନବରଙ୍ଗପୁର ରାଇଘର ଅଞ୍ଚଳରେ ବିକ୍ରି କରାଯାଉଥିବା ନେଇ କହିଛନ୍ତି ଏସଏଫ୍।