ଆଠଗଡ଼: ବଡ଼ମ୍ବା ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିର ବେଢ଼ାକୁ ଛୁଇଁଲା ମହାନଦୀର ବନ୍ୟାଜଳ। ଅବଶ୍ୟ ପାଣିକୁ ନେଇ ମନ୍ଦିର ପୂଜକ ସମିତି ଓ ଦେବୋତ୍ତର ବିଭାଗ ପକ୍ଷରୁ ଏନେଇ ସଜାଗ ଅଛନ୍ତି। ବର୍ତ୍ତମାନ ସମସ୍ତ ନୀତିକାନ୍ତି ସୂଚାରୁ ରୁପେ ଚାଲିଛି।

ହେଲେ ଆଗକୁ ଯଦି ବନ୍ୟାଜଳ ମନ୍ଦିରରେ ପ୍ରବେଶ କରେ ତେବେ ମନ୍ଦିର ପାଖରେ ଥିବା ସୁରକ୍ଷିତ ସ୍ଥାନକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। ସେଥିପାଇଁ ମନ୍ଦିର ପୂଜକ ମାନେ ସଜାଗ ଥିବାବେଳେ ବଡ଼ମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛନ୍ତି। ମନ୍ଦିରରେ ମା’ଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡ଼ମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।