ସମ୍ବଲପୁର ୩୧।୭: ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଯାହା ଫଳରେ ପର୍ଯ୍ୟାୟକ୍ରମେ ଡ୍ୟାମ୍‌ର ଗେଟ୍ ଖୋଲାଯାଉଛି । ଆଜି ତୃତୀୟ ପର୍ଯ୍ୟାୟରେ ଆଉ ୮ଟି ଗେଟ୍ ଖୋଲାଯାଇଛି । ଯାହା ଫଳରେ ବର୍ତ୍ତମାନ ମୋଟ୍ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଛି ।

ବର୍ତ୍ତମାନ ଖଇରମାଳରୁ ଆସିଥିବା ପାଣି ମୁଣ୍ଡଳୀ ଦେଇ ମହାନଦୀର ବିଭିନ୍ନ ଶାଖାନଦୀରେ ପ୍ରବାହିତ ହୋଇଛି । ଆଜି ପର୍ଯ୍ୟାୟକ୍ରମେ ହୀରାକୁଦ ଖୋଲିଛି ଆଉ ୨୦ଟି ଗେଟ୍ । ଅର୍ଥାତ୍ ଏବେ ୨୨ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ଏହି ପାଣି ମୁଣ୍ଡଳୀରେ ପହଞ୍ଚିବା ପାଇଁ ପାଖାପାଖି ୪୦ ଘଣ୍ଟା ସମୟ ଲାଗିବ । ସେତେବେଳକୁ ମହାନଦୀ ଓ ଶାଖା ନଦୀଗୁଡ଼ିକରେ ପୂର୍ବ ପ୍ରବାହିତ ପାଣି ସମୁଦ୍ରକୁ ବୋହି ଯାଇଥିବ ବୋଲି ଆକଳନ କରାଯାଇଛି ।

Also Read:- ବନ୍ୟା ପ୍ରଭାବିତ ଅଞ୍ଚଳରେ ବଢ଼ିବ କଲେଜ ଆଡମିଶନ ଅବଧି, ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେପଟେ ହୀରାକୁଦରେ ଅଧିକ ଗେଟ୍ ଖୋଲିବାକୁ ଅପିଲ୍ କଲାଣି ଛତିଶଗଡ଼ । ମହାନଦୀ ଉପରମୁଣ୍ଡରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।