ଭୁବନେଶ୍ୱର ୨୫।୧୨ : ରାଜଧାନୀ ଭୁବନେଶ୍ଵରରେ ପୁଣି ଏକ ଆପାର୍ଟମେଣ୍ଟରେ ଅଗ୍ନିକାଣ୍ଡ ଘଟିଛି । ସତ୍ୟବିହାର ସ୍ଥିତ ଏକ ଚାରି ମହଲା କୋଠାରେ ନିଆଁ ଲାଗିଛି । ଅଗ୍ନିକାଣ୍ଡ ଯୋଗୁଁ ପୂରା ଅଞ୍ଚଳ ଧୂଆଁମୟ ହୋଇଥିବା ବେଳେ  ଅନେକ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା ପାଇଁ ଉଦ୍ୟମ ଜାରି ରଖିଛି ।