ଘଟଗାଁ: ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ବାପା- ଝିଅ ଗୁରୁତର। ଘଟଣା ଘଟିଛି ଘଟଗାଁ ଥାନା ଅନ୍ତର୍ଗତ ଉପରଡିହା ଗ୍ରାମରେ ଅଘଟଣ । ଗୁରୁତରଙ୍କୁ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଗୁରୁତର ପରିଚୟ ବାପି ଦାସ ଓ ତାଙ୍କ ଝିଅ ବର୍ଷା ଦାସ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ସନ୍ଧ୍ୟାରେ ବାପି ରୋଷେଇ କରିବା ପାଇଁ ଲାଇଟର ଦ୍ବାରା ଗ୍ୟାସ୍ ଲଗାଇବା ବେଳେ ଗ୍ୟାସ୍ ଷ୍ଟୋଭରେ ନିଆଁ ଲାଗିବା ସହିତ ସିଲିଣ୍ଡରରୁ ନିଆଁ ବାହାରିଥିଲା। ଯଦ୍ୱାରା ବାପି ଦାସଙ୍କର ମୁହଁରେ ଓ ଗୋଡ଼ରେ ନିଆଁ ଲାଗିଯାଇଥିଲା । ଗ୍ୟାସ୍ ସିଲିଣ୍ଡରରେ ନିଆଁ ବାହାରୁ ଥିବାର ଦେଖି ଝିଅ ବର୍ଷା ଦାସ ବାପାଙ୍କୁ ରକ୍ଷା କରିବାକୁ ଆସି ତାଙ୍କ ଦେହରେ ମଧ୍ୟ ନିଆଁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ବେଳେ ବାପା ଝିଅଙ୍କୁ ଉଦ୍ଧାର କରି ଘଟଗାଁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।