ଆଠଗଡ଼ ୨୧।୧୧: ସଂରକ୍ଷିତ ଜଙ୍ଗଲ ପାଲଟିଛି ଦେଶୀ ମଦର ଗନ୍ତାଘର । ଯେତେ ଖୋଜିଲେ ସେତେ ବାହାରୁଛି । ହଜାର ହଜାର ଲିଟର ଚୋରା ଦେଶୀ ମଦ ସହ ମିଳୁଛି ପୋଚ । ଯାହା ଉପରେ ଚଢାଉ କରି ନଷ୍ଟ କରୁଛି ଅବକାରୀ ବିଭାଗ ଓ ବନ ବିଭାଗ । କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅଞ୍ଚଳରେ ଏଭଳି ଧରପଗଡ଼ ଦେଖିବାକୁ ମିଳିଛି ।