ଭୁବନେଶ୍ୱର ୨୬।୧୧ : ରାଜ୍ୟରେ ବଢୁଛି ଇଭି ଚାହିଦା । ପେଟ୍ରୋଲ୍ ଓ ଡିଜେଲ୍ ଗାଡ଼ି ବଦଳରେ ଏବେ ଇଲେକ୍ଟ୍ରିକ୍ ଗାଡ଼ି ପ୍ରତି ବଢ଼ୁଛି ଲୋକଙ୍କ ଆଗ୍ରହ। ଓଡ଼ିଶାରେ ପ୍ରତିବର୍ଷ ବଢ଼ିଚାଲିଛି ଇଭି ଗାଡ଼ି କିଣା ସଂଖ୍ୟା। ୨୦୨୦ରେ ମାତ୍ର ୯୦୩ ଜଣ ଇଭି ଗାଡ଼ି କିଣିଥିବା ବେଳେ ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ସଂଖ୍ୟା ୧ ଲକ୍ଷ ୪୫ ହଜାର ଟପିଛି। ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

ପ୍ରତିବର୍ଷ ବଢ଼ୁଛି ଇଲେକ୍ଟ୍ରିକ୍ ଯାନ କିଣୁଥିବା ଗ୍ରାହକଙ୍କ ସଂଖ୍ୟା। ୨୦୨୦ରେ ମାତ୍ର ୯୦୩ ଜଣ ଇଭି ଗାଡ଼ି କିଣିଥିବା ବେଳେ ୨୦୨୧ରେ ଏହି ସଂଖ୍ୟା ବଢ଼ି ୫ ହଜାର ୬୨୭ରେ ପହଞ୍ଚିଥିଲା। ୨୦୨୨ରେ ୨୮ ହଜାର ୪୪୬, ୨୦୨୩ରେ ୪୪ ହଜାର ୫୪୩ ଏବଂ ୨୦୨୪ରେ ୬୫ ହଜାର ୩୧୨ଟି ଇଭି ଗାଡ଼ି କିଣାଯାଇଥିଲା। ୨୦୨୫ରେ ଏହି ସଂଖ୍ୟା ୭୯ ହଜାର ୨୩୮କୁ ବୃଦ୍ଧି ପାଇଥିଲା।

Also Read:-ମହିଳା ପୋଲିସଙ୍କ ପାଇଁ DGPଙ୍କ ବଡ଼ ଘୋଷଣା : ଗର୍ଭବତୀ ହେଲେ ମିଳିବ ଛୁଟି, ବଦଳିବ ଡ୍ୟୁଟି

ତେବେ ଚଳିତ ୨୦୨୬ ବର୍ଷରେ ଇଭି ଗାଡ଼ି କିଣା ସଂଖ୍ୟାରେ ଆହୁରି ବଡ଼ ବୃଦ୍ଧି ଦେଖିବାକୁ ମିଳିଛି। ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୪୫ ହଜାର ୬୧୪ ଜଣ ଇଭି ଗାଡ଼ି କିଣିଥିବା ନେଇ ବିଧାନସଭାରେ ତଥ୍ୟ ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ଗତ କିଛି ବର୍ଷର ତଥ୍ୟକୁ ଦେଖିଲେ ରାଜ୍ୟରେ ଇଭି ଯାନ ପ୍ରତି ଲୋକଙ୍କ ଆଗ୍ରହ କ୍ରମାଗତ ଭାବେ ବଢ଼ିଥିବା ସ୍ପଷ୍ଟ ହେଉଛି। ଇନ୍ଧନ ଖର୍ଚ୍ଚ କମାଇବା ସହ ପରିବେଶ ଅନୁକୂଳ ଯାତାୟାତ ପାଇଁ ଇଲେକ୍ଟ୍ରିକ୍ ଯାନ ଏକ ବିକଳ୍ପ ଭାବେ ଉଭା ହେଉଛି।