ଭୁବନେଶ୍ବର ୭।୭: ବୈତରଣୀରେ ବନ୍ୟା ସ୍ଥିତି ନାହିଁ । ଏ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି, ଆଖୁଆପଦାରେ ମଙ୍ଗଳବାର ୧୭.୭ ମିଟର ଜଳ ସ୍ତର ଅଛି, ଯାହା ସତର୍କ ସଂକେତ ତଳେ ରହିଛି । ଯାଜପୁରରେ ୪/୫ଟି ପଞ୍ଚାୟତର ଚାଷ ଜମିରେ ବନ୍ୟା ପାଣି ପଶିଛି । ଘାଇ ନୁହେଁ ବଡ଼ ଡ୍ରେନ୍ ପାଣି ଅଟକାଇବାକୁ ହୋଇଥିବା ବନ୍ଧ ଉପର ଦେଇ ପାଣି ଯାଇଛି । ନୂଆ ସ୍ଲୁଇସ ଗେଟ୍ ଯୋଜନା କରାଯାଇଛି, ମଥୁରାପୁର, କଣ୍ଟାପଡାରେ ସ୍ଲୁଇସ ଗେଟ୍ ନିର୍ମାଣ କରାଯିବ ।

Also Read:- କଥା ମାନୁନି ଅମାନିଆ ଇସ୍କନ ; ରାଷ୍ଟ୍ରପତିଙ୍କୁ ଭେଟିବାକୁ ଏବଂ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଗଜପତି

ସେପଟେ ଗତ ବର୍ଷ ତୁଳନାରେ ହୀରାକୁଦରେ କମ୍ ପାଣି ଅଛି । ଗତବର୍ଷ ଥିଲା ୬୦୯ ଫୁଟ ପାଣି । ଏବେ ୬୦୬.୧୨ ଫୁଟ ପାଣି ଅଛି । ବର୍ତ୍ତମାନ ୧ ଲକ୍ଷ ୮୦ ହଜାର ହୀରାକୁଦକୁ ପାଣି ପ୍ରବେଶ କରୁଥିବା ବେଳେ ବୁଧବାର ସୁଦ୍ଧା ଅଢେଇ ଲକ୍ଷ କ୍ୟୁସେକ ଜଳ ପଶିବ । ୯ ତାରିଖରେ ୬୦୯ ଫୁଟ ପାଣି ଛୁଇଁଲେ କେତେ ଗେଟ୍ ଖୋଲାଯିବ, ତାହା ନିଷ୍ପତ୍ତି ନିଆଯିବ ।

ଦିନ ୧୨ଟା ପରେ ମୁଣ୍ଡଳୀରେ ସାଢେ ୪ ଲକ୍ଷ ଜଳ ପ୍ରବାହିତ ହେଉଛି । ବର୍ଷା ଜଳ ନାରାଜ ଦେଇ ଗଲା ପରେ ହୀରାକୁଦ ଜଳ ଛଡ଼ାଯିବ । ଫଳରେ ତଳ ଜିଲ୍ଲାରେ ବନ୍ୟା ପରିସ୍ଥିତି ରହିବ ନାହିଁ ।