ନୂଆଦିଲ୍ଲୀ:ବର୍ତ୍ତମାନ ପୃଥିବୀର ବିଭିନ୍ନ ସ୍ଥାନରେ ଛୋଟବଡ଼ ଯୁଦ୍ଧ ଲାଗି ରହିଛି। ଆଉ କିଛି ସ୍ଥାନରେ ଉତ୍ତେଜନା ଚରମ ସ୍ଥିତିରେ ରହିଛି। କେତେବେଳେ ବି ଏହା ଯୁଦ୍ଧରେ ପରିଣତ ହୋଇପାରେ। ଆଗାମୀ ୫ ରୁ ୧୦ ମଧ୍ୟରେ ବିଶ୍ୱ ଏକ ଭୟଙ୍କର ଯୁଦ୍ଧ ଦେଖିବାକୁ ଯାଉଛି। ହେଇପାରେ ଏକ ପରମାଣୁ ଯୁଦ୍ଧ। ବିଭିନ୍ନ ପ୍ରସଙ୍ଗରେ ଖୋଲାଖୋଲି ନିଜର ମତ ରଖୁଥିବା ଟେସ୍ଲା ସିଇଓ ଏଲନ ମସ୍କ ଏଭଳି ସାଂଘିତକ ଭବିଷ୍ୟବାଣୀ କରିଛନ୍ତି।

ଏକ୍ସରେ, ବିଶ୍ୱ ଶାସନ ଉପରେ ପରମାଣୁ ପ୍ରତିରୋଧର ପ୍ରଭାବ ନାମକ ଏକ ବିଷୟରେ ଚର୍ଚ୍ଚା କରି ମସ୍କ କହିଛନ୍ତି। ହଣ୍ଟର ଆସ ନାମକ ଜଣେ ବ୍ୟକ୍ତି ଏକ୍ସରେ ଦାବି କରିଥିଲେ ଯେ ଯୁଦ୍ଧର କୌଣସି ବାହ୍ୟ ବିପଦ ନଥିବାରୁ ବିଶ୍ୱର ସରକାରଗୁଡ଼ିକର ଶାସନରେ ସେତେଟା ପ୍ରଭାବ ଦେଖାଯାଉ ନାହିଁ। ସରକାରଗୁଡ଼ିକର ଶାସନ କମ ପ୍ରଭାବଶାଳୀ ରହିଛି। ଏହା ଉପରେ ଉତ୍ତର ଦେଇ ମସ୍କ କହିଛନ୍ତି ଯୁଦ୍ଧ ଅନିର୍ବାର୍ଯ୍ୟ।

ମସ୍କ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି “ ଏବଂ ସମସ୍ତ ସରକାର ସ୍ଥାଣୁ ପାଲଟିଛନ୍ତି। କାରଣ ପରମାଣୁ ଅସ୍ତ୍ର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଯୁଦ୍ଧ କିମ୍ବା ଏହାର ଅତି ସମ୍ଭାବନାମୂଳକ ବିପଦକୁ ଅଟକାଇ ଦେଉଛି। ତେଣୁ ସରକାରଗୁଡ଼ିକ ଉପରେ କୌଣସି ବାହ୍ୟ/ବିବର୍ତ୍ତନଶୀଳ/ବଜାର ଚାପ ନାହିଁ ଯେ ସେମାନେ ଏହା କରିବେ।”

ଏହାପରେ ଏଲନ ମସ୍କ ଏକ ଖୁଲମଖୁଲା ଉତ୍ତର ଦେଇ କହିଥିଲେ ଯେ ଯୁଦ୍ଧ ଖୁବଶୀଘ୍ର ହେବାକୁ ଯାଉଛି। ଆଗାମୀ ୫ ବର୍ଷ ଭିତରେ ନହେଲେ ନିଶ୍ଚି ଭାବେ ୧୦ ବର୍ଷ ମଧ୍ୟରେ ଯୁଦ୍ଧ ଅନିର୍ବାର୍ଯ୍ୟ ବୋଲି ମସ୍କ କହିଛନ୍ତି। ତେବେ ଏଥିରେ ମସ୍କ କୌଣସି ଦେଶ ବିଷୟରେ ଉଲ୍ଲେଖ କରି ନାହାନ୍ତି। ବରଂ ୟୁଜରଙ୍କୁ ଏହା ଉପରେ ଆଲୋଚନା କରିବାକୁ ଛାଡ଼ି ଦେଇଛନ୍ତି। ତେବେ ସୂଚାଇ ଦେଉଛି ଯେ ଖୁବ୍ ଶୀଘ୍ର ସରକାରମାନଙ୍କୁ ଭବିଷ୍ୟତର ସଙ୍କଟର ପାଇଁ ବଳ କସିବାକୁ ପଡ଼ିପାରେ।

ଆଜିର ଯୁଗରେ ଏଲନ ମସ୍କଙ୍କ କଥାକୁ ସହଜରେ ନିଆଯାଇ ନପାରେ। କାରଣ ମସ୍କ ଜଣେ ସଫଳ ଶିଳ୍ପପତି ହେବା ସଂଗେ ଉଦ୍ଭାବନା ମାନସିକ ଧାରୀ ବୁଦ୍ଧିଜୀବୀ। ଏହା ବାଦ୍ ସେ ଟ୍ରମ୍ପ ସରକାରରେ ଦକ୍ଷତା ବିଭାଗ (DOGE)ର ମୁଖ୍ୟ ଥିଲେ। ସେ ଦୃଷ୍ଟିରୁ ତାଙ୍କ ବିଚାରକୁ ନେଇ ବର୍ତ୍ତମାନ ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି ହୋଉଛି।