ଭୁବନେଶ୍ବର: ହୋଲି ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି ଅଘଟଣ। ବିଶେଷ କରି ହୋଲି ଖେଳିସାରି ଗାଧୋଇବାକୁ ଯାଇ ଅନେକଙ୍କ ପ୍ରାଣ ଯାଇଛି।ହୋଲି ଖେଳ ସାରି ଗାଧୋଇବା ବେଳେ ଜଣେ ନାବାଳକ ସମେତ ୧୧ ମୃତ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ବଡ଼ମ୍ବାରେ ମହାନଦୀରେ ବୁଡ଼ି ଜଣେ ଯୁବକ ମୃତ ହୋଇଛି । ମୃତକ ହେଉଛନ୍ତି ତୁଣପୁର ଗାଁର ଜୀବନ ବେହେରା। ସହିଭଳି ଯାଜପୁର ଦାନଗଦି ନିକଟ ବ୍ରାହ୍ମଣୀରେ ବୁଡ଼ି ଯଖପୁରା ଗାଁର ସମୀର ମଲିକଙ୍କ ମୃତ୍ୟୁ ହୋଇଛି। ଯାଜପୁର ରୋଡ୍ ଯୋକଡ଼ିଆ ଖରସ୍ରୋତା ନଦୀରେ ଜଣକର ମୃତ ଘଟିଛି। ମୃତକ ବ୍ୟାସନଗରର ସଂଗ୍ରାମ ଅଜିତାଭ ଦାସ। ବଡ଼ବିଲ ଝୁମ୍ବରା ସିଜୁକଳା ପୋଖରୀରେ ବୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ। ମୃତକ ଷ୍ଟେସନ ରୋଡ ଅଞ୍ଚଳର ଅଙ୍ଗୁ ଗୋପ।

ସେହିଭଳି ଭୁବନେଶ୍ବର ବାରଙ୍ଗ ମଧୁବନ ନିକଟ ପୁରୀ କେନାଲରେ ବୁଡ଼ି କଟକ ତୁଳସୀପୁରର ସୁଦୀପ ସାହୁ, ଜଗତସିଂହପୁରର ବିରିଡ଼ି ବିଲୁଆଖାଇ ନଦୀରେ ବୁଡ଼ି ଡିହସାହି ବିରି ଗାଁର ସଞ୍ଜୟ ମହାପାତ୍ର, ଯାଜପୁର ରାମଚନ୍ଦ୍ରପୁରରେ ଖରସ୍ରୋତାରେ ବୁଡ଼ି ଜନପଡ଼ା ଗାଁର ହିରଣ୍ୟ ବେହୁରାଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ କୁତ୍ରାର ପୋଖରୀରେ ବୁଡ଼ି ୨ ଭାଇ ମୃତ୍ୟୁ ହୋଇଛି। ମୃତକ ଧାଙ୍ଗରିଧୁକା ଗାଁର ଅଭିଜିତ ଟପ୍ପୋ, ଜିସନ ଟପ୍ପୋ। ନୟାଗଡ଼ ଇଟାମାଟିରେ ପୋଖରୀରେ ବୁଡ଼ି ବାପ- ପୁଅଙ୍କ ମୃତ୍ୟୁ ଘଟିଛି।