ଢେଙ୍କାନାଳ ୨୪।୦୮ :  ହାତୀ ଛୁଆର ମୃତ୍ୟୁ । ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି । ମୃତ ହାତୀ ଛୁଆର ବୟସ ପରେ ୯/୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି।

ଖବର ଅନୁଯାୟୀ, ଢେଙ୍କାନାଳ ବନଖଣ୍ଡ ଷଢଙ୍ଗୀ ବନାଞ୍ଚଳରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଛି। ଷଢଙ୍ଗୀ ରେଞ୍ଜ ଅନ୍ତର୍ଗତ  ଶ୍ରୀମନ୍ତପୁର ନିକଟରେ ମୃତଦେହ ଠାବ କରାଯାଇଛି ।  ମୃତ ହାତୀ ଛୁଆର ବୟସ ପରେ ୯/୧୦ବର୍ଷ ହେବ ବୋଲି ଅନୁମାନ କରାଯାଇଛି। ଧାନ ବିଲରେ  ଲଗାଇଥିବା ସୋଲାର ଫେନସିଂ ତାର ଲାଗି ହାତୀ ଛୁଆ ମୃତ୍ୟୁ ହୋଇଥିବା ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଇଛି। ଘଟଣାସ୍ଥଳରେ ବନ ବିଭାଗ ପହଁଚି ତଦନ୍ତ ଆରମ୍ଭ କରିଛି। ହାତୀ ଛୁଆର ମୃତଦେହ ଉଦ୍ଧାର କରିଛି ବନ ବିଭାଗ।

Also Read:-ପିଆଜ ଦର ଆକାଶଛୁଆଁ, ସପ୍ତାହକ ତଳେ ଥିଲା ୨୦ ଟଙ୍କା, ଏବେ ହେଲାଣି ୬୦…

ତେବେ ଧରା ପଡିଯିବା ଭୟରେ ସୋଲାର ଫେନ୍ସିଂକୁ ଉପାଡି ନିଆଯାଇଥିବା ସନ୍ଦେହ କରାଯାଉଛି। ସୋଲାର ଫେନ୍ସିଂ ବିଛାଇଥିବା ଜମି ମାଲିକ ଶ୍ରୀମନ୍ତପୁର ଗାଁର ମାନ ଗୁଇଆ ନାମକ ଯୁବକଙ୍କୁ ଗିରଫ କରିଛି ବନ ବିଭାଗ । ହାତୀ ଛୁଆର ମୃତଦେହ ବ୍ୟବଚ୍ଛେଦ କରି ଅଧିକ ତଦନ୍ତ କରୁଛି ବନ ବିଭାଗ ।

Watch Video:-