ନୂଆଦିଲ୍ଲୀ: ଭୋଟର ଲିଷ୍ଟ ଗହନ ପୁନରୀକ୍ଷଣ (ଏସଆଇଆର)ରେ ତ୍ରୁଟିକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ଏବେ ପ୍ରଶ୍ନ ଚିହ୍ନ ଲାଗିଛି। ନିର୍ବାଚନ ଆୟୁକ୍ତଙ୍କ ନିଷ୍ପତ୍ତିରେ ମତପାର୍ଥକ୍ୟ ଥିବା ଇଂରାଜୀ ସମ୍ବାଦପତ୍ର ‘ଇଣ୍ଡିଆନ ଏକ୍ସପ୍ରେସ୍’ରେ ରିପୋର୍ଟ ପ୍ରକାଶିତ ହୋଇଥିଲା। ଏ ନେଇ ନିର୍ବାଚନ ଆୟୋଗ ଏବେ ସଫେଇ ଦେଇଛନ୍ତି। ପ୍ରସଙ୍ଗରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଏକ ପ୍ରେସ୍ ନୋଟ୍ ଜାରି କରିଥିବା ବେଳେ ଆଠଟି ପଏଣ୍ଟରେ ଏସଆଇଆର ସମ୍ପର୍କିତ ସବୁ କଥା ସେୟାର କରିଛନ୍ତି।

ଏଥିରେ ଆୟୋଗ ନିଜର କାମ କରିବାର ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସୂଚିତ କରିଛନ୍ତି। ନିର୍ବାଚନ ଆୟୋଗ ସ୍ପଷ୍ଟ ଭାବେ କହିଛନ୍ତି ଯେ ସମସ୍ତ ନିଷ୍ପତ୍ତି ଗତ ଏକ ବର୍ଷରେ ସମ୍ପୂର୍ଣ୍ଣ କମିସନର ଏକମତରେ ନିଆଯାଇଥିବା ନିଷ୍ପତ୍ତିର ପରିଣାମ ଅଟେ।

୮ଟି ପଏଣ୍ଟରେ ନିର୍ବାଚନ ଆୟୋଗ ଦେଇଛନ୍ତି ସଫେଇ୧- ଇସିଆଇ ଏକ ସାମ୍ବାଧାନିକ ସଂସ୍ଥା ଓ ସମ୍ବିଧାନର ଆର୍ଟିକ୍ଲ ୩୨୪ର ଆଇନଗତ ନିୟମ ଓ ସ୍ଥାପିତ ସଂସ୍ଥାଗତ ପରମ୍ପରା ଅନୁସାରେ କାମ କରେ। କମିସନ ଏକ ମଲ୍ଟି ମେମ୍ବର ସାମ୍ବିଧାନିକ ସଂସ୍ଥା ଭାବେ କାମ କରେ। ଲେଖାଯାଇଥିବା ନୋଟସ୍ ଅବଜର୍ଭେସନ, ବୈଷୟିକ ପରାମର୍ଶ ଓ ଅନ୍ତରୀଣ ଚେକ୍ ଆଣ୍ଡ ବାଲାନ୍ସ ଷ୍ଚାଣ୍ଡାର୍ଡ ଲଗାତାର ଚାଲିଥିବା ଉପାୟ ଯାହା ସମ୍ପୂର୍ଣ୍ଣ ପାରଦର୍ଶି, ଆଇନ ପାଳନ ଓ ଅପରେଶନକୁ କଡ଼ାକଡ଼ି ପାଳନ କରିବାକୁ ଏହାକୁ ଡିଜାଇନ କରାଯାଇଛି। ଇସିଆଇର ସମସ୍ତ କାମ କମିଶନଙ୍କ ଆଇନ ଓ ନିର୍ଦ୍ଦେଶାନୁସାର କରାଯାଇଛି।

୨- କମିଶନ ର ସମସ୍ତ ଅଫିସିଆଲ ଅର୍ଡର, ନିଷ୍ପତ୍ତି ଓ ଆଡମିନେଷ୍ଟ୍ରେଟିଭ ନିର୍ଦ୍ଦେଶ ସମ୍ପୂର୍ଣ୍ଣ ଭାବେ ଆଇନ ଅନୁଯାୟୀ ମାନ୍ୟ ଓ ମୁଖ୍ୟ ଇଲେକ୍ସନ କମିଶନର ଓ ଅନ୍ୟ ଇଲେକ୍ସନ କମିଶନର (ଆପଏଣ୍ଟମେଣ୍ଟ, ସର୍ଭିସ ସର୍ତ୍ତ ଓ ଟର୍ମ ଅଫ ଅଫିସ) ଆକ୍ଟ ୨୦୨୩ ଅନୁସାରେ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟାର ପାଳନ କରନ୍ତି।

୩-ଡ୍ରାଫ୍ଟ ଷ୍ଟେଜ କାଳରେ କମିଶନ ମେମ୍ବରଙ୍କ ଦ୍ୱାରା ଉଠା ଯାଇଥିବା କୌଣସି ଅପରେସନାଲ ପ୍ରଶ୍ନ ଅଥବା ଇନ-ପୁଟ ଭୋଟରଙ୍କ ଅଧିକାର ସୁରକ୍ଷା ଲାଗି ଷ୍ଟାଣ୍ଡାର୍ଡ ଆଡମିନେଷ୍ଟ୍ରେଟିଭ ପ୍ରାକ୍ଟିସ୍ ର ଅଂଶବିଶେ। କମିଶନରଙ୍କ ଦ୍ୱାରା ଦିଆଯାଇଥିବା ପରାମର୍ଶ ନିର୍ବାଚନ ପ୍ରକ୍ରିୟାକୁ ଆହୁରି ଉନ୍ନତ କରିବା ଲାଗି ଥିଲା।

୪-କୌଣସି ସଂସ୍ଥାରେ ଅଲଗା ଅଲଗା ବିଚାର ଓ କଥା ଆଲୋଚନାର ଏକ ସାଧାରଣ ଅଂଶ ହୋଇଥାଏ। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା ପୂର୍ବରୁ ସେମାନେ ନିଷ୍ପତ୍ତି ନେବା ପ୍ରକ୍ରିୟାର ଅଂଶ ହୋଇଥାନ୍ତି। କେବଳ ୩ କମିଶନର ନୁହନ୍ତି ବରଂ କମିଶନର ସମସ୍ତ ଅଧିକାରୀ ନିର୍ବାଚନ ପ୍ରଣାଳୀକୁ ଉନ୍ନତ କରିବା ପାଇଁ କମିଶନକୁ ନିଜ ପରାମର୍ଶ ଦେବାକୁ ସମ୍ପୂର୍ଣ୍ଣ ଅଧିକୃତ।

୫-ଦଶ ମାସ ସମୟ ମଧ୍ୟରେ ବ୍ୟାପିଥିବା କିଛି ଅନ୍ତରୀଣ ନଟୋସ୍/ଅବଜର୍ଭେସନକୁ ହାଇଲାଇଟ କରିବା ଓ ମଞ୍ଜୁରୀ ଦେବା, ନିର୍ଦ୍ଦେଶ ଓ ପଦକ୍ଷେପର ବହୁତ ବଡ଼ ଗ୍ରୁପ କୁ ଅଣଦେଖା କରିବା ଛବିର କେବଳ ଗୋଟିଏ ପଟକୁ ଦେଖାଉଛି। ଗତମାସ ମାନଙ୍କରେ କମିଶନ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି, ନିର୍ଦ୍ଦେଶ ଜାରି କରିଛନ୍ତି, ପାଖାପାଖି ୪୦ଟି ନୂଆ ପଦକ୍ଷେପ ନିଆଯାଇଛି ଓ ସାରା ଦେଶରେ ଇଲୋକ୍ଟୋରାଲ ରୋଲ ରିଭିଜନ (ଏସଆଇଆର) ସମେତ ଅନେକ ଇଲୋକ୍ଟୋରାଲ ସଂଶୋଧନ ମଧ୍ୟ ହୋଇଛି। ଏହି ସବୁ ନିଷ୍ପତ୍ତି ଗତ ୧ ବର୍ଷରେ ସମ୍ପୂର୍ଣ୍ଣ କମିଶନ ର ଏକମତରେ ନିଆଯାଇଥିବା ନିଷ୍ପତ୍ତିର ପରିଣାମ।

୬- ଆୟୋଗ ନିକଟରେ ବିହାର, କେରଳ, ତାମିଲନାଡୁ, ପୁଡୁଚେରୀ, ଆସାମ ଓ ପଶ୍ଚିମବଙ୍ଗରେ ବଡ଼ ନିର୍ବାଚନ ଓ ଏହି ସମୟରେ ନିର୍ବାଚନ ସମ୍ପର୍କିତ ଏକ୍ସସରସାଇଜ ସଫଳତା ପୂର୍ବକ କରାଇଛନ୍ତି। ଏହି କାମରେ ବଡ଼ ଧରଣର ପ୍ରଶାସନିକ ଓ ଅପରେସନାଲ ମେସିନାରୀ ଏବଂ ଆୟୋଗର ଅନେକ ମଞ୍ଜୁରୀ ଓ ନିର୍ଦ୍ଦେଶ ସାମିଲ ଥିଲା।

୭-କମିଶନ ର ଡିଜିଟାଲ ପ୍ଲାଟଫର୍ମ ଯେପରିକି ଇସିଆଇନେଟ୍, ବିନା ଅନୁମତିରେ ଟାମ୍ପରିଂ, ହେରଫେର ଆଦିକୁ ରୋକିବା ପାଇଁ କଡା ଡାଟା ସିକ୍ୟୁରିଟି ପ୍ରୋଟକଲ ଅନୁସାରେ କାମ କରନ୍ତି। ଆଇଟି ସିକ୍ୟୁରିଟି ଚେକ୍ ଓ ଅଡିଟ କଣ୍ଟ୍ରୋଲ , ନ୍ୟାସନାଲ ଡାଟା ବେସ୍ ରେ ଲାଗୁ କରାଯାଇଥିବା ଷ୍ଟାଣ୍ଡାର୍ଡ ସାଇବର ସିକ୍ୟୁରିଟି ଉପାୟ ରହିଛି। ଇଲେକ୍ଟୋରଲ ରେଜିଷ୍ଟ୍ରେସନ ଅଫିସ (ଇଆରଓ) ଏବଂ ଡିଷ୍ଟ୍ରିକ୍ଟ ଇଲେକ୍ସନ ଅଫିସର (ଡିଇଓ) ସମେତ ଆଇନଗତ ଅଥରିଟି, ଆଇନ ଅନୁସାରେ ରେଜିଷ୍ଟ୍ରେସନ ଓ ଡିଲିଟ କରିବା ଲାଗି ଆଇନର କ୍ଷମତା ଅନୁସାରେ କାମ କରିଥାନ୍ତି।

୮-ଭାରତର ନିର୍ବାଚନ ଆୟୋଗ ନିଜ ସାମ୍ବିଧାନିକ କାମକୁ ସମ୍ପୂର୍ଣ୍ଣ ବିଶ୍ୱସ୍ଥତାର ସହ ପାଳନ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଓ ଆମର ଗଣତନ୍ତ୍ରକୁ ଆଗକୁ ବଢାଇବାରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଭଲ ରୂପେ ଜାଣେ।