ଜାକର୍ତ୍ତା,୨୭ /୦୩: ଥରିଲା ଇଣ୍ଡୋନେସିଆ । ଲାଗିଲା ଭୂମିକମ୍ପର ଝଟକା । ଶୁକ୍ରବାର ଇଣ୍ଡୋନେସିଆରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି ।

ରିପୋର୍ଟ ଅନୁସାରେ, ଶୁକ୍ରବାର ସକାଳେ ଇଣ୍ଡୋନେସିଆର ଜୟପୁର ଅଞ୍ଚଳରେ ଝଟକା ଲାଗିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ । ଅର୍ଥାତ ଏଠାରେ ମୃଦୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଏହାର କେନ୍ଦ୍ରସ୍ଥଳୀ ସମୁଦ୍ର ମଧ୍ୟରେ ନାହିଁ । ତେଣୁ ସୁନାମି ସମ୍ଭାବନା ନଥିବା ପାଣିପାଗ ବିଭାଗ କହିଛି ।

Also Read :- Japan Earthquake: ଭୟଙ୍କର ଭୂମିକମ୍ପରେ ଥରିଲା ଜାପାନ, ତୀବ୍ରତା ୬.୨ ରେକର୍ଡ

ସ୍ଥାନୀୟ ଗଣମାଧ୍ୟମର କହିବାନୁସାରେ, ସକାଳ ପ୍ରାୟ ୪ଟା ୨୧ରେ ଜୟପୁର ସହରର ମାଟି ଥରି ଉଠିଥିଲା । ଯାହା ପପୁଆ ପ୍ରାନ୍ତର ରାଜଧାନୀ ଅଟେ । ଏହା ପ୍ରଥମ ଥର ନୁହେଁ ଇଣ୍ଡୋନେସିଆ ପାସିଫିକ୍ ରିଙ୍ଗ୍ ଅଫ୍ ଫାୟାର ନିକଟରେ ଥିବାରୁ ଏଠାରେ ଲଗାତାର ଭୂମିକମ୍ପ ଆସିଥାଏ । ଅନେକ ଆଗ୍ନେୟ ଉଦଗୀରଣ ମଧ୍ୟ ଏଠାରେ ହୋଇଥାଏ ।

ତେବେ ଏଥିରେ କେହି ମୃତାହତ ହୋଇଥିବା ସୂଚନା ମିଳିନାହିଁ । ଅଳ୍ପ କିଛି ଘରେ ସାମାନ୍ୟ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । ସୁନାମି ସମ୍ଭାବନା ନଥିଲେ ମଧ୍ୟ ସ୍ଥାନୀୟ ଲୋକେ ଭୟରେ ରହିଛନ୍ତି ।