ଭୁବନେଶ୍ୱର : ଆଜିକାଲି ଦ୍ରୁତ ଗତିରେ ବଦଳୁଥିବା ଏହି ଦୁନିଆରେ ପ୍ରତିଯୋଗିତା ମଧ୍ୟ ବହୁତ ବଢ଼ିଯାଇଛି। ଏପରି ପରିସ୍ଥିତିରେ, ନିଜ ଇଚ୍ଛା ମୁତାବକ ଚାକିରି ପାଇବା ପାଇଁ ଲୋକଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ୁଛି । ଆଉ ଏହି ପ୍ରତିଯୋଗିତାମୂଳକ ଯୁଗରେ, ଯଦି କୌଣସି କମ୍ପାନୀ ଆପଣଙ୍କୁ କେବଳ ପକୋଡା ଖାଇବା ପାଇଁ ଲକ୍ଷ ଟଙ୍କା ଦରମା ପ୍ରଦାନ କରେ, ତେବେ ଆପଣ କ'ଣ କରିବେ, ଆପଣ ତୁରନ୍ତ ଚାକିରୀ ଆବେଦନ କରିବେ। ବ୍ରିଟେନର ଏକ କମ୍ପାନୀରେ ଠିକ୍ ଏଭଳି କିଛି ଘଟଣା ଦେଖିବାକୁ ମିଳିଛି । ଏହି କମ୍ପାନୀ ଚିକେନ୍ ଡିପର୍ସ ତିଆରି କରେ, ଯାହା ଏକ ପ୍ରକାରର ଫ୍ରାଏଡ୍ ଚିକେନ୍ ନଗେଟ୍ ଏବଂ କମ୍ପାନୀ ଏହି ଉତ୍ପାଦର ସ୍ୱାଦକୁ ସମ୍ପୂର୍ଣ୍ଣ କରି ବଜାରରେ ଲଞ୍ଚ କରିବାକୁ ଚାହୁଁଛି। ତେଣୁ, ଏହା ଚିକେନ୍ ଡିପର୍ସର ସର୍ବୋତ୍ତମ ପରୀକ୍ଷକଙ୍କୁ ନିଯୁକ୍ତି ଦେଉଛି ଯିଏ ଏହି ଉତ୍ପାଦକୁ ଏକ ଉତ୍ତମ ଉପାୟରେ ସ୍ୱାଦ ଦେଇପାରିବେ ଏବଂ ଏହାକୁ ଆହୁରି ଭଲ କରିପାରିବେ।

ବ୍ରିଟେନର ପ୍ରସିଦ୍ଧ ପିସ୍ ଫିଙ୍ଗର୍ କମ୍ପାନୀ ବାର୍ଡସ୍ ଆଏ ଏବେ ଚର୍ଚ୍ଚାରେ । କମ୍ପାନୀ ବାହାର କରିଛି ଭାକାନ୍ସି । ଏହାସହ ଜବ୍ ର ଡିଟେଲ୍ସ ମଧ୍ୟ ସେୟାର କରିଛି । ଯେଉଁ ବ୍ୟକ୍ତି ଚାକିରି ପାଇବେ ତାଙ୍କୁ ଚିଫ୍ ଡିପିଂ ଅଫିସର ଭାବେ ମିଳିବ ନିଯୁକ୍ତି । ଏହାସହ ଲକ୍ଷେ ଟଙ୍କାର ଦରମା ଦେବ କମ୍ପାନୀ । କମ୍ପାନୀ ଜଣେ ଖାସ୍ ବ୍ୟକ୍ତିଙ୍କୁ ଖୋଜୁଛି । ୟାହାଙ୍କ ପାଖରେ ଖାଦ୍ୟକୁ ଟେଷ୍ଟ୍ କରିବାର ଥିବା ସ୍ୱତନ୍ତ୍ର କଳା ଏବଂ କୌଶଳ । ସେ ଟେଷ୍ଟ୍, ସ୍ୱିଟନେସ୍ ଏବଂ ପରଫେକ୍ଟ୍ ବାଲାନ୍ସ ବିଷୟରେ ଜାଣିପାରୁଥିବା ଆବଶ୍ୟକ ।କେବଳ ଏତିକି ନୁହେଁ ଚିକେନ୍ ଡିପର୍ସ ସହ ଏକ ସସ୍ ମଧ୍ୟ ମାର୍କେଟକୁ ଆଣିବ କମ୍ପାନୀ । ଯାହା ଅନ୍ୟ ସସ୍ ତୁଳନାରେ ରହିବ ୟୁନିକ୍ ଏବଂ ଡିଲିସିୟସ୍ ।

ସବୁଠାରୁ ବଡ କଥା ହେଉଛି ଯେ, ଆପଣ ମଧ୍ୟ ଏହି ଚାକିରି ପାଇଁ ଆପ୍ଲାଏ କରିପାରିବେ । ଯଦି ଆପଣ ଟେଷ୍ଟ୍ କୁ ଜାଣିବାରେ ପରଫେକ୍ଟ ତାହାଲେ ଶୀଘ୍ର କରନ୍ତୁ ଆବେଦନ । ଏଥିପାଇଁ ମେଲ୍ ଆଇଡି ମଧ୍ୟ ରହିଛି । ବାର୍ଡସ୍ ଆଇର ଏଚଆର୍ ଙ୍କୁ ଆପଣ ପଠାଇପାରିବେ ଇମେଲ୍ । ଇମେଲରେ ୨୫୦ଟି ଶବ୍ଦ ରହିବା ଦରକାର । ଏହାପରେ ଆରମ୍ଭ ହେବ ପ୍ରକୃତ ଟେଷ୍ଟ୍ । ଏଥିରେ ଆପଣ ନିଜର ଅଭିଜ୍ଞତା ଏବଂ କଳା ବାବଦରେ ଉଲ୍ଲେଖ କରିବେ । ଯଦି କମ୍ପାନୀକୁ ଆପଣଙ୍କ ମେଲ୍ ପସନ୍ଦ ଆସେ ତାହାଲେ ସେ ଆପଣଙ୍କ ସହ ଯୋଗାଯୋଗ କରିବ ଏବଂ ନିଯୁକ୍ତି ମଧ୍ୟ ଦେଇପାରେ ।