ଭୁବନେଶ୍ୱର: ପଞ୍ଚାୟତ ସହ ସଚିବାଳୟକୁ ଯୋଡିବାକୁ ସରକାର ଆରମ୍ଭ କରିଥିଲେ ଇ ପଞ୍ଚାୟତ ସେବା । ଏହାଦ୍ୱାରା ଭିଡିଓ କନଫରେନସିଂ ମାଧ୍ୟମରେ ଲୋକ ପ୍ରତିନିଧି ମାନେ ସେମାନଙ୍କର ସୁବିଧା ଅସୁବିଧା ସରକାରଙ୍କୁ ଜଣାଇପାରିବେ । ଏହି ବ୍ୟବସ୍ଥା ପାଇଁ ସରକାର ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ସହାୟତା ଦେଇଥିଲେ । ହେଲେ ଏବେ ଏହି ଅର୍ଥର ହିସାବ ମିଳୁନି । ତେଣୁ ଏହି ଅର୍ଥ କୁଆଡେ ଗଲା ପଞ୍ଚାୟରେ ଖର୍ଚ୍ଚ ହୋଇଛି କି ନା, ତାକୁ ଯାଞ୍ଚ କରିବାକୁ ସରକାର ସବୁ ବିଡିଓଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। 

କୁଆଡେ ଗଲା ଭିସି ସାମଗ୍ରୀ ? ପତ୍ତା ପାଇବ ତ ପଞ୍ଚାୟତରାଜ ବିଭାଗ ? ଅଧା ରହିଯିବ କି ସଚିବାଳୟ ସହ ପଞ୍ଚାୟତକୁ ଯୋଡିବା ସ୍ବପ୍ନ? ସରକାରଙ୍କ ସହ ପଞ୍ଚାୟତକୁ ଯୋଡିବା ପାଇଁ ଭିଡିଓ କନଫରେନ୍ସିଂର ବ୍ୟବସ୍ଥା କରିଥିଲେ ସରକାର। ଏଥିପାଇଁ ପ୍ରତି ପଞ୍ଚାୟତକୁ ୨ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିଲା । ହେଲେ ଏହାର ହିସାବ ମିଳୁନାହିଁ । ଯାହାକୁ ଖୋଜିବାକୁ ଏବେ ଅଣ୍ଟା ଭିଡିଛନ୍ତି ସରକାର।  ଆଉ ଏ ହେଉଛିସେ ସଂପର୍କିତ ଚିଠି । ସରକାର ଆରମ୍ଭ କରିଥିବା ଭିସି ବ୍ୟବସ୍ଥାର ଅବସ୍ଥା କଣ ରହିଛି ବିଭାଗ ମଧ୍ୟ ଜାଣିନି । ଏହାସହ OSWAN ବା ଓଡ଼ିଶା ଷ୍ଟେଟ୍ ୱାଇଡ୍‌ ଏରିଆ ନେଟୱର୍କ ଅଧୀନରେ ପଞ୍ଚାୟତରେ ଭିସି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିଲା। ଭିଡିଓ କନଫରେନସିଂ ପାଇଁ ଯେଉଁ ଏଲ୍‌ଇଡି, ଡେସ୍କଟପ୍, ଓ ୟୁପିଏସ୍ ଆଦି ଲାଗିଥିଲା ତାହା ପଞ୍ଚାୟତ ଅଫିସ୍‌ରେ ଅଛି କି ନା', ଓ ଏହା କାମ କରୁଛି କି ନା' ତାକୁ ଯଞ୍ଚ କରି ରିପୋର୍ଟ ପଠାଇବାକୁ ସବୁ ସିଡିଓ ଏବଂ ବିଡିଓଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ସେପଟେ ପଞ୍ଚାୟତରେ କେଉଁ ଯୋଜନା କିଭଳି କାର୍ଯ୍ୟକାର ହେଉଛି ? ପ୍ରକଳ୍ପର ବାସ୍ତବ ସ୍ଥିତି କ'ଣ? କେଉଁଠି ସମସ୍ୟା ରହୁଛି ? କେଉଁ କାରଣ ପ୍ରକଳ୍ପ ଅଗ୍ରଗତିରେ ବାଧକ ସାଜୁଛି ? ତୃଣମୂଳସ୍ତରର ଜନପ୍ରତିନିଧିମାନେ କେଉଁ ସମସ୍ୟା ରହିଛି ? ପଞ୍ଚାୟତ ପ୍ରତିନିଧିଙ୍କ ମୁହଁରୁ ସିଧାସଳଖ ଶୁଣିବାକୁ ସରକାର ଭିଡିଓ କନଫରେନସିଂ ବ୍ୟବସ୍ଥା କରିଥିଲେ । ହେଲେ ଏହା କେବଳ ବ୍ୟବସ୍ଥା ଭିତରେ ରହିଯାଇଛି । ସେପଟେ ସବୁ ପଞ୍ଚାୟତରେ ଭିସି ବ୍ୟବସ୍ଥା ହୋଇ ନ ଥିବା ଅଭିଯୋଗ ଆଣିଛନ୍ତି କିଛି ସରପଞ୍ଚ ।

 

ରାଜ୍ୟ ତଥା ଦେଶର ବିକାଶ ପାଇଁ ପଞ୍ଚାୟତରାଜ ବ୍ୟବସ୍ଥାର ବଡ଼ ଭୂମିକା ରହିଛି । ସରକାର କରୁଥିବା ସବୁ ଯୋଜନା ଏହା ମଧ୍ୟମ ଦେଇ ଲୋକଙ୍କ ପାଖରେ ପହଞ୍ଚିଥାଏ । ହେଲେ ପଞ୍ଚାୟତ ସ୍ତରରେ ଏବେ ଏକ ବଡ଼ ଦୁର୍ନୀତି ହୋଇଥିବା ସନ୍ଦେହ କରାଯାଉଛି