ମୁମ୍ଵାଇ ୨୮।୧୧; ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର। ତାଙ୍କର ସୋମବାର ଦିନ ପରଲୋକ ହୋଇଛି। ତାଙ୍କ ବିୟୋଗରେପୁରାଚଳଚ୍ଚିତ୍ର ଜଗତ ଶୋକରେ ବୁଡ଼ିଯାଇଛି। କେହି ଏପର୍ଯ୍ୟନ୍ତ ବିଶ୍ୱାସ କରିପାରୁ ନାହାଁନ୍ତିସେ ଆଉ ଏହି ଦୁନିଆରେ ନାହାନ୍ତି। ଏହି ଦୁଃଖ ସମୟରେ ବଲିଉଡ ଜଗତତାଙ୍କ ପରିବାର ସହିତ ଅଛି । ଏବେପତ୍ନୀ ହେମା ମାଳିନୀଙ୍କ ଏକ ହୃଦୟ ବିଦାରକ ପୋଷ୍ଟ ସାମ୍ନାକୁ ଆସିଛି। ତାଙ୍କ ସ୍ୱାମୀଙ୍କ ମୃତ୍ୟୁର ତିନି ଦିନ ପରେ,ସେ ଏକ ହୃଦୟ ବିଦାରକ ପୋଷ୍ଟସେୟାରକରିଛନ୍ତି ଯାହା ସମସ୍ତଙ୍କୁ ଦୁଃଖିତ କରିଛି। ଗୁରୁବାର ଦିନ ଅଭିନେତାଙ୍କ ପାଇଁ ଏକ ପ୍ରାର୍ଥନା ସଭା ମଧ୍ୟ ସ୍ଥିର କରାଯାଇଛି।

ଧର୍ମେନ୍ଦ୍ରଙ୍କୁ ମନେ ପକାଇ ସୋସିଆଲ୍ ମିଡିଆ ଏକ୍ସରେ ସ୍ମୃତି, ଭଲପାଇବା ଓ ସ୍ନେହକୁ ବଖାଣିଛନ୍ତି । ଅନେକ ଫଟୋ ସେୟାର କରି ଏକ ଭାବପ୍ରବଣ ଭରା ଲେଖାରେ ହେମା କହିଛନ୍ତି, ମୋର ବ୍ୟକ୍ତିଗତ କ୍ଷତି ଅବର୍ଣ୍ଣନୀୟ । ଧର୍ମେନ୍ଦ୍ରଙ୍କ ବିୟୋଗରେ ଯେଉଁ ଶୂନ୍ୟତା ସୃଷ୍ଟି ହୋଇଛି ତାହା ସାରା ଜୀବନ ପର୍ଯ୍ୟନ୍ତ ରହିବ । ସେ ଜଣେ ଭଲ ସ୍ବାମୀ , ଆମର ଦୁଇ ଝିଅଙ୍କ ପାଇଁ ଜଣେ ସ୍ନେହଶୀଳ ବାପା ଥିଲେ । ଜଣେ ବନ୍ଧୁ, ଜଣେ ଦାର୍ଶନିକ, ଜଣେ ମାର୍ଗଦର୍ଶକ, ଜଣେ କବି ଏବଂ ଜଣେ ବ୍ୟକ୍ତି ଯିଏ ମୋର ଆବଶ୍ୟକତା ସମୟରେ ସବୁବେଳେ ମୋ ସହିତ ଛିଡ଼ା ହୋଇଥିଲେ। ତାଙ୍କର ଅନୁପସ୍ଥିତି ଆମ ସମସ୍ତଙ୍କୁ ଦୁଃଖ ଦେଉଛି। ଚଳଚ୍ଚିତ୍ରରେ ତାଙ୍କର ଫେମ୍ ଏବଂ ସଫଳତା ସବୁଦିନ ପାଇଁ ରହିବ। ଲୋକଲୋଚନଙ୍କୁ ଆସିନଥିବା ଅନେକ ଫଟୋକୁ ସେୟାର କରି ଭଲପାଇବାର ସ୍ମୃତିକୁ ମନେ ପକାଇଛନ୍ତି ହେମା । ହେମା ମାଳିନୀ ଏବଂ ଧର୍ମେନ୍ଦ୍ରଙ୍କ ଯୋଡ଼ି ବୃତ୍ତିଗତ ଏବଂ ବ୍ୟକ୍ତିଗତ ଉଭୟ କ୍ଷେତ୍ରରେ ସୁପରହିଟ୍ ଥିଲା। ଉଭୟ ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିଥିଲେ। ଧର୍ମେନ୍ଦ୍ରଙ୍କ ବିୟୋଗ ପରେ ତାଙ୍କ ଯୋଡ଼ିକୁ ଦର୍ଶକ ମନେପକାଉଛନ୍ତି ।

Some memorable moments… pic.twitter.com/WMn5x6DsXr

ହେମାଙ୍କ ଦ୍ୱିତୀୟ ପୋଷ୍ଟ

ହେମା ତାଙ୍କ ଦ୍ୱିତୀୟ ପୋଷ୍ଟରେ ଅନେକ ଫଟୋ ସେୟାର କରିଛନ୍ତି। ପ୍ରଥମ ଫଟୋରେ ହେମାଙ୍କୁ ଧର୍ମେନ୍ଦ୍ର ଏବଂ ସେମାନଙ୍କ ଦୁଇ ଝିଅ, ଇଶା ଏବଂ ଆହାନା ଦେଓଲଙ୍କ ସହିତ ଦେଖାଯାଇଛି। ଦ୍ୱିତୀୟ ଫଟୋରେ ହେମା ଏବଂ ଧର୍ମେନ୍ଦ୍ର ହସି ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି। ତୃତୀୟ ଫଟୋଟି ଏକ ବିବାହ ଉତ୍ସବର ବୋଲି ଜଣାପଡୁଛି। ଚତୁର୍ଥ ଫଟୋରେ ହେମା କେକ୍ କାଟୁଥିବାବେଳେଧର୍ମେନ୍ଦ୍ର ତାଙ୍କ ସହିତ ନିଜସ୍ୱ ଶୈଳୀରେ ପୋଜ୍ ଦେଉଥିବାର ଦେଖାଯାଇଛି। ହେମା ଏହି ଫଟୋର କ୍ୟାପସନ ଦେଇଛନ୍ତି, "କିଛି ସ୍ମରଣୀୟ ମୁହୂର୍ତ୍ତ..."