LIVE TV

ବିଭିନ୍ନ ପୂଜା ମଣ୍ଡପରେ ବିରାଜିବେ ଦଶଭୁଜା, ମାଆଙ୍କୁ ଆବାହନ ପାଇଁ ସବୁଠି ପ୍ରସ୍ତୁତି

NEWS7
durga

ଭୁବନେଶ୍ୱର ୨୮।୦୯ : ଆସୁଛନ୍ତି ମହାମାୟା । ଉତ୍ସବମୁଖର ସାରା ରାଜ୍ୟ । ସଜେଇ ହୋଇଛି ସୁଉଚ୍ଚ ତୋରଣ ଓ ଆଖି ଝଲସିଲା ପରି ମେଢ । ଆଜି ମଣ୍ଡପରେ ଷଷ୍ଠୀ ପୂଜା । ମହା ଷଷ୍ଠୀ ରେ ସ୍ଵତନ୍ତ୍ର ପୂଜା ଅର୍ଚ୍ଚନା କରାଯିବା । ବେଲଗଛ ମୂଳେ ଷଷ୍ଠୀ ପୂଜା କରାଯିବା ପରେ ମାଙ୍କୁ ମଣ୍ଡପକୁ ଆବାହନ କରାଯିବ । ଏହି ସମୟରେ ବ୍ରତପୂଜା କରିବାର ବିଧି ରହିଛି । କାଲି ସପ୍ତମୀରେ ନଦୀରୁ ପବିତ୍ର ଜଳ ଅଣାଯାଇ ମଣ୍ଡପରେ ମାଙ୍କୁ ଚକ୍ଷୁଦାନ କରାଯିବ । ମହାମାୟାଙ୍କ ଆଗମନକୁ ନେଇ ଏବେ ସବୁଠି ଆଧ୍ୟାତ୍ମିକ ପରିବେଶ । ଆଜିଠାରୁ ପୂଜା ପେଣ୍ଡାଲରେ ମାଆଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ । ମଣଅଡପରେ ପୂଜା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟପକ ବନ୍ଦୋବସ୍ତ କରାଯାଇଛି । ଚଳିତ ବର୍ଷ ସବୁ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରିବା ପାଇଁ ମାଙ୍କ ପେଣ୍ଡାଲକୁ ସଜାଇବା ସାଙ୍ଗକୁ ମନୋରମ ତୋରଣ କରିଛନ୍ତି ପୂଜା କମିଟି।