ନୂଆଦିଲ୍ଲୀ: ପରିବେଶବିତ ଓ ତଥା ଶିକ୍ଷାବିତ ସୋନମ ୱାଙ୍ଗଚୁକଙ୍କୁ ସଫଦରଜଙ୍ଗ ସରକାରୀ ହସ୍ପିଟାଲରୁ ଗୁରୁଗ୍ରାମସ୍ଥିତ ବେସରକାରୀ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତର କରିବା ପାଇଁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଅନୁମତି ଦେଇଛନ୍ତି। ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଚିନ୍ତାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

ସୋନମ ୱାଙ୍ଗଚୁକଙ୍କ ପତ୍ନୀ ଗୀତାଞ୍ଜଳି ଆଙ୍ଗମୋ ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରି କହିଥିଲେ ଯେ, ତାଙ୍କ ସ୍ୱାମୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ଏକ ବେସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉ। ଏହି ଆବେଦନର ଶୁଣାଣି ବେଳେ କେନ୍ଦ୍ର ସରକାର ହାଇକୋର୍ଟକୁ ଜଣାଇଥିଲେ ଯେ, ୱାଙ୍ଗଚୁକଙ୍କୁ ମେଦାନ୍ତା ହସ୍ପିଟାଲକୁ ନେବା ନେଇ ସରକାରଙ୍କର କୌଣସି ଆପତ୍ତି ନାହିଁ। ଏହାପରେ କୋର୍ଟ ତୁରନ୍ତ ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିଲେ।

ପତ୍ନୀଙ୍କ ଦାବି ପରେ କୋର୍ଟଙ୍କ ହସ୍ତକ୍ଷେପ

ଗୀତାଞ୍ଜଳି ଆଙ୍ଗମୋ ଆବେଦନରେ ଦାବି କରିଥିଲେ ଯେ, ସଫଦରଜଙ୍ଗ ହସ୍ପିଟାଲରେ ରହିବା ସମୟରେ ୱାଙ୍ଗଚୁକ ନିଜକୁ ବନ୍ଦୀ ଭଳି ଅନୁଭବ କରୁଥିଲେ ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ସେଠାରେ ରଖାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଅଙ୍ଗମୋ ଆହୁରି କହିଥିଲେ। ଏବଂ ଉତ୍ତମ ଚିକିତ୍ସା ଓ ପରିବାର ସଦସ୍ୟଙ୍କ ସହଯୋଗ ପାଇଁ ତାଙ୍କୁ ମେଦାନ୍ତାକୁ ସ୍ଥାନାନ୍ତର କରାଯିବା ଆବଶ୍ୟକ ବୋଲି ଅଙ୍ଗମୋ ଆବେଦନ କରିଥିଲେ। ତେବେ ୱାଙ୍ଗଚୁକ ପୂର୍ବପରି ଅନଶନ ଜାରି ରଖିବେ ବୋଲି କହିଛନ୍ତି।

Also Read- ଲାଗୁଥିଲା ଭିଡ଼ ଆମ ଉପରେ ଆକ୍ରମଣ କରିବ... କଙ୍ଗନା କହିଲେ-ବିରୋଧ ପ୍ରଦର୍ଶନ ବେଳେ ସଂସଦ ଭିତରେ କେମିତି ଥିଲା ମାହୋଲ

ରିପୋର୍ଟ ଅନୁଯାୟୀ, ମେଦାନ୍ତା ହସ୍ପିଟାଲକୁ ସ୍ଥାନାନ୍ତର ହେବା ପରେ ମଧ୍ୟ ସୋନମ ୱାଙ୍ଗଚୁକ ତାଙ୍କ ଅନିର୍ଦ୍ଦିଷ୍ଟକାଳୀନ ଅନଶନ ଜାରି ରଖିବେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରମାନଙ୍କ ଏକ ସ୍ୱତନ୍ତ୍ର ଟିମ୍ ନଜର ରଖିବେ ବୋଲି ସୂଚନା ମିଳିଛି।