ନୂଆଦିଲ୍ଲୀ,୨୮/୦୪ : ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ । ସୋମବାର ଖେଳାଯାଇଥିବା ମୁକାବିଲାରେ ପ୍ରଥମେ ବ୍ୟାଟିଂ କରିଥିଲା ଦିଲ୍ଲୀ । ଦିଲ୍ଲୀର କୌଣସି ବ୍ୟାଟର ଆରସିବି ବୋଲରଙ୍କ ମୁକାବିଲା କରିପାରିନଥିଲେ । ଫଳରେ ଦଳ ମାତ୍ର ୭୫ ରନ୍ କରିପାରିଥିଲା । ୭୬ ରନର ବିଜୟ ଲକ୍ଷ୍ୟ ଆରସିବି ମାତ୍ର ଗୋଟିଏ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା ।

ତେବେ ଦିଲ୍ଲୀର ଏହି ଲଜ୍ଜାଜନକ ପରାଜୟ କ୍ରିକେଟର୍ସ, ସପୋର୍ଟ ଷ୍ଟାଫ୍ ଏବଂ ଫ୍ୟାନ୍ସଙ୍କୁ ବ୍ୟଥିତ କରିଛି । ତେବେ ଏହାକୁ ନେଇ ଦଳର ମାଲିକ ବଡ କଥା କହିଛନ୍ତି । ସହମାଲିକ ପାର୍ଥ ଜିନ୍ଦଲ କହିଛନ୍ତି ଯେ, ସମସ୍ତଙ୍କୁ ଏକାଠି ରହିବାକୁ ପଡିବ । ପୂର୍ବ ଅପେକ୍ଷା ଆହୁରି ଏକାଠି ରହିବାକୁ ହେବ । ଏପରି ପରାଜୟ ବରଦାସ୍ତ କରିବା ସହଜ ନୁହେଁ । କିନ୍ତୁ ଆମକୁ ସଙ୍ଘର୍ଷ କରିବାକୁ ହେବ । ନିଜ ପ୍ରତିଭା ଉପରେ ଭରସା କରିବାକୁ ପଡିବ ।

ଅକ୍ଷରଙ୍କ ବଡ କଥା

ଲଜ୍ଜାଜନକ ପରାଜୟ ପରେ ଅକ୍ଷର ସେଭଳି କିଛି ଉତ୍ତର ଦେଇପାରିନଥିଲେ । ସେ କେବଳ କହିଥିଲେ ଯେ, ଜାଣିପାରୁ ନାହାଁନ୍ତି କଣ ହୋଇଛି । ପଡିଆରେ ଯାହା ଘଟିଲା ତାହା ବିଶ୍ୱାସ ହେଉନି । ଏହି ମ୍ୟାଚକୁ ଭୁଲିବାକୁ ପଡିବ । ଆଗକୁ ବଢିବାକୁ ହେବ । କ୍ରିକେଟରେ କେତେବେଳେ କଣ ହୁଏ ତାହା କହିହେବ ନାହିଁ । ସେମାନେ ପଞ୍ଜାବ ବିପକ୍ଷରେ ଏତେ ରନ୍ କରି ମଧ୍ୟ ପରାସ୍ତ ହୋଇଛନ୍ତି । ଖେଳାଳିଙ୍କୁ ସକରାତ୍ମକ ରହିବାକୁ ହେବ । କିଛି କିଛି ଖରାପ ଦିନ ଆସିଥାଏ ।

​​​​​​​Also Read :- ଗୋଟିଏ ଆଘାତ ବଦଳାଇ ଦେଇଥିଲା ସବୁକିଛି, ୩୦ ବର୍ଷରେ ନେଇଗଲେ ଅବସର

ଆରସିବି ବୋଲରଙ୍କୁ ପ୍ରଶଂସା କରି ଅକ୍ଷର କହିଛନ୍ତି ଯେ, ସେମାନେ ବିଶ୍ୱସ୍ତରୀୟ ବୋଲର । ସମସ୍ତ ପ୍ରକାର ଗ୍ରାଉଣ୍ଡରେ ସେମାନେ ବଲ୍ ସ୍ୱିଂ କରିପାରିବେ । ଯଦି ଦିଲ୍ଲୀର ଟପ୍ ଅର୍ଡର୍ କିମ୍ବା ଓପନର ଭଲ ଖେଳିଥାନ୍ତେ ତାହାଲେ ମ୍ୟାଚର ଫଳାଫଳ ଭିନ୍ନ ହୋଇଥାନ୍ତା ବୋଲି ସେ କହିଛନ୍ତି ।