ଦେବଗଡ଼: ବୁଧବାର ଦେବଗଡ଼ ଜିଲ୍ଲା ମିଶନ ଶକ୍ତି ଇସି ସଂଘ ପକ୍ଷରୁ ବନ୍ଧୁ ମିଳନ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂଘର ଦେବଗଡ ଜିଲ୍ଲା ସଭାପତି ସୁଜାତା ପ୍ରଧାନ ଙ୍କ ସଭାପତିତ୍ବ ରେ ପ୍ରଧାନପାଟ ଜଳପ୍ରପାତ ନିକଟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେବଗଡ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ଅତିରିକ୍ତ ଏସପି ଧିରଜ ଚୋପଦାର ଓ ସମ୍ମାନୀତ ଅତିଥି ରୁପେ ବିଭିନ୍ନ ଗଣମାଧ୍ୟମ ର ପ୍ରତିଦିନ ଯୋଗଦେଇଥିଲେ।

ସଂଘ ଆଗାମୀ ଦିନରେ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ଲୋକମାନଙ୍କ ନିକଟରେ ପହଞ୍ଚାଇବ, ସେହିପରି ସାଧାରଣ ଲୋକମାନଙ୍କ ବିଭିନ୍ନ ସମସ୍ୟା କୁ ସରକାରଙ୍କ ଦୃଷ୍ଟି କୁ ନେବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା। ସଂଘ ପକ୍ଷରୁ ଦୀର୍ଘ ଦିନ ଧରି ଆନ୍ଦୋଳନ ସମୟରେ ସଂଘର ସମସ୍ୟା ଲୋକଲୋଚନ କୁ ଆଣିବାରେ ଗଣମାଧ୍ୟମ ର ପ୍ରୟାସ ଓ ପୋଲିସ ପ୍ରଶାସନ ର ସହଯୋଗ ପାଇଁ ପୋଲିସ ଅଧିକାରୀ ଓ ବିଭିନ୍ନ ଗଣମାଧ୍ୟମ ର ପ୍ରତିନିଧି ମାନଙ୍କୁ ସମ୍ମାନୀତ କରାଯାଇଥିଲା।

Also Read: ପାଉଁଜିର ରୁମଝୁମ୍ ଶବ୍ଦ ଶୁଭିଲା, କେହି ଜଣେ ଆସିଲା ପରି ଲାଗିଲା...

ସେହିଭଳି ମହିଳା ଦିବସ ପାଳନ ସମୟରେ ପୁରୀ ଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ସଂଘର ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବାରୁ ସଂଘ ପକ୍ଷରୁ ତାଙ୍କୁ ଧନ୍ଯବାଦ ଅର୍ପଣ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସଂପାଦିକା କୁନ୍ତଳା ନାଏକ ସ୍ବାଗତ ଭାଷଣ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ କାର୍ଯ୍ୟରତ ଶତାଧିକ ମହିଳା ଯୋଗ ଦେଇଥିଲେ।