ଗୁଜୁରାଟ: ଗୁଜରାଟର ଚୋଟିଲା-ରାଜକୋଟ ରାଜପଥରେ ଭୟଙ୍କର ଦୁର୍ଘଟଣା। ରାଜକୋଟରୁ ଚୋଟିଲା ଯାଉଥିବା ଏକ ଘରୋଇ ବସ୍ ବୋଝେଇ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ଧକ୍କା ପରେ ବସ୍‌ଟି ଜଳିଯାଇଥିଲା। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ପ୍ରାୟ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ସୁରେନ୍ଦ୍ରନଗରର ଚୋଟିଲାର ଖୋଲିଆ ଗ୍ରାମ ନିକଟରେ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ଘରୋଇ ବସ୍ ଏବଂ ଡାମର ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା। ଟ୍ରକ୍ର ଟାୟାର ଫାଟିଯିବାରୁ ପଛରୁ ଆସୁଥିବା ଘରୋଇ ବସ୍ ଧକ୍କା ଦେଇଥିଲା। ଏସପି ଏସଏସ ଭାଦୋରିଆ କହିଛନ୍ତି ଯେ ଘଟଣାଟି ପ୍ରାୟ ୧:୩୦ ସମୟରେ ଚୋଟିଲା-ରାଜକୋଟ ଜାତୀୟ ରାଜପଥର ସାଙ୍ଗାନି ଗ୍ରାମ ନିକଟରେ ଘଟିଥିଲା।

ଘରୋଇ ଲଗଜରୀ ବସଟି ଅହମ୍ମଦାବାଦରୁ ରାଜକୋଟ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଡାମରା ଟ୍ୟାଙ୍କର ସହିତ ଧକ୍କା ହୋଇଥିଲା। ବସ୍‌ଟି ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇଯାଉଥିଲା। ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଉଦ୍ଧାର କରାଯାଇଥିଲା।

ମାକୱାନା କହିଛନ୍ତି ଯେ ଆହତମାନଙ୍କୁ ରାଜକୋଟ ସିଭିଲ୍ ହସ୍ପିଟାଲକୁ ପଠାଯାଇଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ଚୋଟିଲା ରେଫରାଲ୍ ହସ୍ପିଟାଲକୁ ପଠାଯାଇଛି। ସୂଚନା ପାଇବା ପରେ, ଅଗ୍ନିଶମ ବାହିନୀର ଏକ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିଥିଲା।