ଆସ୍କା, ୦୯/୦୪ : ଚାଲିଛି ପ୍ରସିଦ୍ଧ ଦଣ୍ଡ ଯାତ୍ରା । ରାଜ୍ୟର ଅନେକ ଜିଲ୍ଲାରେ ଏହାକୁ ଧୁମଧାମରେ ପାଳନ କରୁଛନ୍ତି ଦଣ୍ଡୁଆ । ଗଞ୍ଜାମରେ ଏହାକୁ ଅଧିକ ଉତ୍ସାହର ସହ ପାଳନ କରାଯାଏ । କିନ୍ତୁ ଜିଲ୍ଲାର ଧରାକୋଟ୍ ଅଞ୍ଚଳରୁ ଆସିଛି ଅଭାବନୀୟ ଘଟଣା । ଏଠାରେ ପଞ୍ଚୁଦଣ୍ଡ ଚାଲିଥିବା ସମୟରେ ଦୁଇ ଦଳର ଦଣ୍ଡୁଆ ମାରପିଟ୍ ହୋଇଛନ୍ତି । ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି l 

ରିପୋର୍ଟ ଅନୁସାରେ, ବୁଧବାର ଧରାକୋଟ ଥାନା ସୁନ୍ଦରାପଲ୍ଲୀ ଗ୍ରାମରେ ପଞ୍ଚୁଦଣ୍ଡ ଚାଲିଥିଲା । ଏହି ସମୟରେ ହିଞ୍ଜିଳିକାଟୁର ସାନପାର୍ଟି ଓ ପୁରୁଷୋତ୍ତମପୁର ଗୌଡପାର୍ଟିର ଦଣ୍ଡୁଆ ମୁହାଁମୁହିଁ ହୋଇଥିଲେ । ସେମାନେ ମାରପିଟ୍ ଲାଗିବା ସହ ପରସ୍ପରକୁ ଆକ୍ରମଣ କରିଥିଲେ। ଯାହାର ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି l

Also Read :-Santrupta Mishra: ସଭାପତି ଥାଉ ଥାଉ ମୁଁ କିଏ...ଖାଲି ଅଯଥା ଚର୍ଚ୍ଚା, କୌଣସି ସତ୍ୟତା ନାହିଁ

ତେବେ କେଉଁ କାରଣକୁ ନେଇ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସ୍ପଷ୍ଟ ହୋଇ ନାହିଁ । ଏପରିକି ଶେଷ ଖବର ସୁଧା ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଜଣାପଡିଛି l