ଭୁବନେଶ୍ୱର: ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମ ଜିଲ୍ଲାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ଜନଜୀବନ। ତେବେ ବାତ୍ୟା ଓ ବନ୍ୟାର ବିଭୀଷିକା ପରେ ଜିଲ୍ଲାରେ କ୍ଷୟକ୍ଷତିର ଚିତ୍ର ଏବେ ସାମ୍ନାକୁ ଆସିଛି। ୨୨ଟି ବ୍ଲକ ୩୯୮ଟି ଗାଁର ପ୍ରାୟ ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ ହୋଇଥିବା ବେଳେ ୭୪ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଛି। ପ୍ରାୟ ୧ ହଜାର ବାସଗୃହ ଭାଙ୍ଗିଛି। ଅନ୍ୟପଟେ ବିଦ୍ୟୁତ ଭିତ୍ତିଭୂମିର ୯୬ ପ୍ରତିଶତ ପୁନରୁଦ୍ଧାର ହୋଇଥିବା ବେଳେ ପାନୀୟ ଜଳ ଯୋଗାଣ ଓ ମୋବାଇଲ ନେଟୱର୍କ ସ୍ୱାଭାବିକ କରିବାକୁ ଜାରି ରହିଛି ପ୍ରୟାସ।

ସେପଟେ ଭଞ୍ଜନଗର ଗିଡ଼ିପାବାଲି ଭୂସ୍ଖଳନ ଘଟଣାରେ ଏବେ ବି ନିଖୋଜଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ। ଘଟଣାସ୍ଥଳରୁ ଏକ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଆଉ ୧୧ ଜଣଙ୍କ ପତ୍ତା ମିଳିନାହିଁ। ଏସଓଜି, ଓଡ୍ରାଫ୍, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀର ଶତାଧିକ ଯବାନ ଜୀବନ ଖୋଜିବାକୁ ଜାରି ରଖିଛନ୍ତି ସର୍ଚ୍ଚ ଅପରେସନ। ଏନେଇ ସୂଚନା ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି)।

ସେ ଆହୁରି କହିଛନ୍ତି ଯେ ଗଞ୍ଜାମରେ ୯୬ ପ୍ରତିଶତ ବିଦ୍ୟୁତ ଭିତ୍ତିଭୂମି ପୁନଃରୁଦ୍ଧାର କାର୍ଯ୍ୟ ସମ୍ପନ୍ନ ହୋଇଛି। ୭୪ ହଜାର ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି। ଗଞ୍ଜାମରେ ୧ ହଜାର ଘର ଭାଙ୍ଗିଛି। ୨୨ଟି ବ୍ଲକର ୩୯୮ ଗାଁର ୧ ଲକ୍ଷ ୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ୭୪ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି।

ପାନୀୟ ଜଳ ବ୍ରହ୍ମପୁରରେ ୭୦ ଲକ୍ଷ ଲିଟର ପ୍ରତି ଦିନ ବିତରଣ ହେଉଛି | ଆବଶ୍ୟକତା ରହୁଛି 90 ଲକ୍ଷ ଲିଟର, 56 ପ୍ରତିଶତ ଟ୍ୟୁବେଲ ରିଷ୍ଟୋର ହୋଇ ସାରିଛି। ୨୩୯ ୱାଟର ଟ୍ୟାଙ୍କର ନିୟୋଜିତ ହୋଇଛି। ଅର୍ବାନ ଓ ରୁରାଲ ଏରିଆ ପାନୀୟ ଜଳ ଯୋଗାଣ କରାଯାଉଛି।

ସେପଟେ ଗୋଟିଏ ମୃତଦେହ ଉଦ୍ଧାର ହୋଇଛି। ୧୧ ଜଣ ନିଖୋଜ ହୋଇଛନ୍ତି। ବାତ୍ୟା ଅର୍ଣ୍ଣବ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଛି। ଗିଡ଼ିପାବାଲି ଭୂସ୍ଖଳନରେ 2 ଦିନ ହେବ ଉଦ୍ଧାର ଚାଲିଛି। ୪ ଏସଓଜି ଟିମରେ ୮୦ ଯବାନ ଅଛନ୍ତି। ୧୨ ଓଡ୍ରାଫ ୪୫ ଏନଡିଆରଏଫ ୪୦ ଫାୟାର ଟିମ ସର୍ଚ୍ଚ ଅପରେସନରେ ଲାଗିଛନ୍ତି। ରେଳ ବିଭାଗର ମେକାନିକାଲ ଟିମ ୩ ଜାଗାରୁ ପହଞ୍ଚିଛନ୍ତି। ଉପଜିଲ୍ଲାପାଳ ତଦାରଖ କରୁଛନ୍ତି, ଗୋଟିଏ ମୃତଦେହ ମିଳିଛି। ଲାଇଫ ଡିଟେକ୍ସନ ୟୁନିଟ ସହ ଆଜି ଯାଞ୍ଚ ଚାଲିଥିବା SRC କହିଛନ୍ତି।