ଭୁବନେଶ୍ୱର: ଅର୍ଣ୍ଣବ ବାତ୍ୟା ପରେ ପରେ ଆଉ ଏକ ବାତ୍ୟା ଆସୁଛି। ଏ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ(IMD)। ବାତ୍ୟାକୁ ଏକ ସପ୍ତାହ ପୁରିନଥିବା ବେଳେ ଆଉ ଏକ ବାତ୍ୟା ସୃଷ୍ଟି ହେଉଛି। ଏହାର କାରଣ କଣ। ଏଲନିନୋର ପ୍ରଭାବ ନ ଅନ୍ୟ କିଛି କାରଣ ରହିଛି। ପୂର୍ବରୁ କେବେ ଲାଗ ଲାଗ ଅଳ୍ପ ଦିନ ବ୍ୟବଧାନରେ ବାତ୍ୟା ଆସିଛି । ଏହି ବାତ୍ୟା କେତେ ଶକ୍ତିଶାଳୀ ରହିବ ନା ଦୁର୍ବଳ ହୋଇଯିବ । ଏ ସବୁକୁ ନେଇ ଅଧିକ ତଥ୍ୟ ଦେଉଛନ୍ତି ସୋଆ ସିଇସି ମୁଖ୍ୟ।

ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଥିବା ଅଵପାତ ଗଭୀର ଅବପାତରେ ପରିଣତ ହୋଇଛି। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତିକରୁଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ଠାରେ ବାତ୍ୟାର ରୂପ ନେବ। ୨ ତାରିଖ ବେଳକୁ ବାତ୍ୟା ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବାତ୍ୟାର ଗତିପଥ ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ରହିବ।

Also Read:-ଗହୀରମଥାରେ ଲାଗିଲା ମାଛଧରା କଟକଣା, ୨୦୨୭ ମେ ୩୧ ଯାଏଁ ଜାରି ରହିବ ନିଷେଧାଦେଶ

ଯାହାଫଳରେ ଆସନ୍ତା ୩ ତାରିଖ ବେଳକୁ ଏହା ଦକ୍ଷିଣ ଆନ୍ଧ୍ର ଉପକୂଳ ବିଶେଷ କରି ନେଲୋର ଓ ନାରସାପୁର ଠାରେ ସ୍ଥଳ ଭାଗ ଛୁଇଁବାର ସମ୍ଭାବନା ରହିଛି। ୩ ତାରିଖ ସକାଳ ସୁଦ୍ଧା ଲ୍ୟାଣ୍ଡଫଲ କରିବାକୁ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟାରେ ଏହା ଅତିକ୍ରମ କରିବ। ସେ ସମୟରେ ପବନର ବେଗ ୧୦୦ରୁ ୧୧୦ ବା ଝଟକା ପବନ ୧୨୦ କିଲୋମିଟର ପ୍ରତି ଘଣ୍ଟା ପ୍ରବାହିତ ହେବାର ସମ୍ଭାବନା ରହିଛି। ଏହା ପ୍ରଭାବ ପୁଣି ଦକ୍ଷିଣ ଓଡ଼ିଶାରେ ପଡ଼ିବ। ୩ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।