ଜଳେଶ୍ଵର: ସ୍ଵାମୀ ସ୍ତ୍ରୀଙ୍କ ସାହସକୁ ମାନିବାକୁ ପଡ଼ିବ। ବାଇକରେ ଗୋ ମାଂସ ନେଇ ଯାଉଥିଲା ବେଳେ ବ୍ୟାଗ ଭର୍ତ୍ତି ଗୋ ମାଂସ ସହ ସ୍ଵାମୀ-ସ୍ତ୍ରୀଙ୍କୁ ଧରିଛି ପୋଲିସ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅଞ୍ଚଳରେ।

ସୂଚନା ଅନୁଯାୟୀ ମଙ୍ଗଳବାର ସକାଳ ସମୟରେ ବସ୍ତା ଅଞ୍ଚଳର ସ୍ୱାମୀ ସ୍ତ୍ରୀ ଏକ ବ୍ୟାଗରେ ଗୋ ମାଂସ ଧରି ବାଇକରେ ବାଲିଆପାଳ ରାସ୍ତାରେ ଯାଉଥିଲେ। ହେଲେ କୌଣସି ସୂତ୍ରୁ ଖବର ପାଇ ପୁଟୁରା ଛକ ନିକଟରେ ବଜରଙ୍ଗୀ ଦଳ ସେମାନଙ୍କୁ ଅଟକାଇ ଥିଲେ। ବଡ଼ ବ୍ୟାଗରେ ପାଖାପାଖି ୧ କ୍ୟୁଣ୍ଟାଲ ଗୋ ମାଂସ ଥିବା ଦେଖି ସିଂଲା ଥାନାକୁ ଖବର ଦେଇଥିଲେ। ଖବର ପାଇ ସିଂଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବ୍ୟାଗ ଭର୍ତ୍ତି ଗୋ ମାଂସ ଜବତ କରିବା ସହ ସ୍ୱାମୀ ସ୍ତ୍ରୀକୁ ଥାନାକୁ ଆଣି ଅଧିକ ତଦନ୍ତ ଜାରି ରଖିଛି।

Also read: ପିତାଙ୍କ ଶ୍ରାଦ୍ଧ କର୍ମ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ