ଭୁବନେଶ୍ୱର: ଅଭିନେତା ତଥା ରେସିଂ ଡ୍ରାଇଭର୍ ଅଜିତ କୁମାରଙ୍କୁ ମିନିଏଚର୍ ରେସ୍ କାର୍ ଉପହାର ଦେଇ ଚର୍ଚ୍ଚାରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ଅଭିନେତା ସି. ଜୋସେଫ ବିଜୟ। ବ୍ରିଟେନର ସିଲଭରଷ୍ଟୋନ୍ରେ ଅନୁଷ୍ଠିତ Michelin Le Mans Cup ରେସ୍ ପରେ ବିଜୟ ଅଜିତଙ୍କୁ ଏହି ସ୍ୱତନ୍ତ୍ର ଉପହାର ଦେଇଥିଲେ।

 

ALSO READ- ଗ୍ୟାଙ୍ଗ୍ସ ଅଫ୍ ୱାସେପୁର 2’ ପରେ ମିଳିଥିଲା 200 ସ୍କ୍ରିପ୍ଟ, ଟେବୁଲ୍ରେ ପଡ଼ିଥିଲା ବ୍ଲାଙ୍କ ଚେକ୍ l ତଥାପି ସବୁକୁ ମନା କରିଦେଇଥିଲେ ନୱାଜୁଦ୍ଦିନ୍!

ରେସ୍ ପୂର୍ବରୁ ବିଜୟ ନିଜେ ସିଲଭରଷ୍ଟୋନ୍ରେ ପହଞ୍ଚି ରେସ୍ର ଗ୍ରୀନ୍ ଫ୍ଲାଗ୍ ଉଡ଼ାଇଥିଲେ। ଏହାପରେ ସେ ଅଜିତଙ୍କୁ ଭେଟି ଆଲିଙ୍ଗନ କରିଥିଲେ। ଦୁଇ ତାମିଲ ସୁପରଷ୍ଟାରଙ୍କ ଏହି ସାକ୍ଷାତ ଫ୍ୟାନ୍ମାନଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ରେସ୍ ପରେ ବିଜୟ ଅଜିତଙ୍କୁ ଦେଇଥିବା ମିନିଏଚର୍ ରେସ୍ କାର୍ରେ ଲେଖିଥିଲେ ‘ମୋ ପ୍ରିୟ ଭାଇ ଅଜିତଙ୍କୁ ଭଲପାଇବା ’। ଅଜିତ ମଧ୍ୟ ବିଜୟଙ୍କ ଏହି ଉପହାରକୁ ଗ୍ରହଣ କରି ଧନ୍ୟବାଦ ଜଣାଇଥିଲେ।

ଅନ୍ୟପଟେ, ରେସ୍ରେ ଅଜିତଙ୍କ Ajith RedAnt by Virage ଟିମ୍ର କାର୍ ସାମଗ୍ରିକ ଭାବେ ୩୮ତମ ସ୍ଥାନରେ ରେସ୍ ଶେଷ କରିଥିଲା। ତେବେ LMP3 Pro/Am ବର୍ଗରେ ଟିମ୍ଟି ତୃତୀୟ ସ୍ଥାନ ହାସଲ କରିଥିବା ରିପୋର୍ଟ ରହିଛି।ଏହି ରେସ୍ରେ ଅଜିତଙ୍କ ସହ ଫ୍ରେଞ୍ଚ ଡ୍ରାଇଭର୍ ରୋମେନ୍ ୱୋସ୍ନିଆକ୍ ମଧ୍ୟ ଗାଡ଼ି ଚଳାଇଥିଲେ। ରେସ୍ର ଏକ ପର୍ଯ୍ୟାୟରେ ଟିମ୍ ତୃତୀୟ ସ୍ଥାନ ପର୍ଯ୍ୟନ୍ତ ଉଠିଥିଲା, କିନ୍ତୁ ପରେ ଏକ ଛୋଟ ଦୁର୍ଘଟଣା ଯୋଗୁଁ କାର୍ଟିକୁ ମରାମତି କରିବାକୁ ପଡ଼ିଥିଲା। ଏହାପରେ ରେସ୍ ଜାରି ରଖି ଟିମ୍ ୩୮ତମ ସ୍ଥାନରେ ଶେଷ କରିଥିଲା।

ବିଜୟଙ୍କ ଏହି ଉପହାର ଏବଂ ଦୁଇ ଅଭିନେତାଙ୍କ ମଧ୍ୟରେ ଦେଖାଯାଇଥିବା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବେ ସୋସିଆଲ୍ ମିଡିଆରେ ଫ୍ୟାନ୍ମାନଙ୍କ ମନ ଜିତୁଛି।