ନୂଆଦିଲ୍ଲୀ/ୱାଶିଂଟନ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ଆନ୍ଥ୍ରୋପିକର ନୂତନ ମଡେଲ ‘କ୍ଲଡ୍ ମାଇଥୋସ୍’ (Claude Mythos) ଏବେ ବିଶ୍ୱରେ Cyber Security ପାଇଁ ଆତଙ୍କ ସୃଷ୍ଟି କରିଛି। ଏପ୍ରିଲ ୭ ତାରିଖରେ ଲଞ୍ଚ ହୋଇଥିବା ଏହି ମଡେଲ ସାଇବର ସୁରକ୍ଷା ବ୍ୟବସ୍ଥାକୁ ମାତ୍ର କିଛି ଘଣ୍ଟା ମଧ୍ୟରେ ଭାଙ୍ଗିବାରେ ସକ୍ଷମ ବୋଲି ଦାବି ଜୋର ଧରିଛି। ଏହାକୁ ନେଇ ଭାରତ ଏବଂ ଆମେରିକା ଭଳି ଦେଶର ଶୀର୍ଷ ନେତା ଏବଂ ବ୍ୟାଙ୍କିଙ୍ଗ କ୍ଷେତ୍ରର ବିଶେଷଜ୍ଞମାନେ ଜରୁରୀ ବୈଠକ କରି ନିଜର ଚିନ୍ତା ପ୍ରକଟ କରିଛନ୍ତି।

Also Read: Giant Octopus Discovery: ଡାଇନୋସରକୁ ଖାଉଥିଲା ୬୨ ଫୁଟର ବିଶାଳ ଅକ୍ଟୋପସ, ୧୦୦ ମିଲିୟନ ବର୍ଷ ପୂର୍ବେ ସମୁଦ୍ରରେ ରାଜ୍ କରୁଥିଲା ଏହି 'ଦାନବ'

  •  କ୍ଲଡ୍ ମାଇଥୋସ୍ ସ୍ୱୟଂଚାଳିତ ଭାବେ ସିଷ୍ଟମର ଦୁର୍ବଳତା ଠାବ କରିବା ସହ ତାକୁ ବ୍ୟବହାର କରି ଆକ୍ରମଣ କରିବାରେ ସକ୍ଷମ।
  •  ଏହା ମୋଜିଲା ଫାୟାରଫକ୍ସ ଏବଂ ଓପନ୍ ବିଏସଡି ଭଳି ସୁରକ୍ଷିତ ସିଷ୍ଟମରେ ଦଶନ୍ଧି ପୁରୁଣା Bug ଖୋଜି ବାହାର କରିଛି।
  •  ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବ୍ୟାଙ୍କିଙ୍ଗ କ୍ଷେତ୍ରର ସୁରକ୍ଷା ନେଇ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି।
  •  ଆନ୍ଥ୍ରୋପିକ ଏହି ମଡେଲକୁ କଡ଼ା କଟକଣା ମଧ୍ୟରେ କେବଳ ୪୦ଟି ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ ପ୍ରୋଜେକ୍ଟ ଗ୍ଲାସୱିଙ୍ଗ (Project Glasswing) ଅଧୀନରେ ଲଞ୍ଚ କରିଛି।

ସାଇବର ସୁରକ୍ଷା କ୍ଷେତ୍ରରେ କିପରି ବିପଦ ସାଜିଛି ମାଇଥୋସ୍?

କ୍ଲଡ୍ ମାଇଥୋସ୍ କେବଳ ଚାଟଜିପିଟି କିମ୍ବା ଜେମିନି ଭଳି ଏକ ଚାଟ୍ବୋଟ୍ ନୁହେଁ। ଏହା ସାଇବର ସୁରକ୍ଷା ଏବଂ କୋଡିଂ ପାଇଁ ଏକ ସୁପର୍-ଏକ୍ସପର୍ଟ ମଡେଲ। ଏହାର ସବୁଠାରୁ ଭୟଙ୍କର ଦିଗ ହେଉଛି ଏହାର Independent Generative ଶକ୍ତି । ଯେଉଁ କାମ କରିବା ପାଇଁ ବିଶେଷଜ୍ଞ ଦଳକୁ ସପ୍ତାହ ସପ୍ତାହ ସମୟ ଲାଗୁଥିଲା, ମାଇଥୋସ୍ ତାକୁ ମାତ୍ର କିଛି ଘଣ୍ଟା ମଧ୍ୟରେ କରିଦେଉଛି। ବିଶେଷ କରି ଜିରୋ-ଡେରେ ଅର୍ଥାତ୍ ଯେଉଁ ସମସ୍ୟା ବିଷୟରେ ଡେଭଲପରମାନେ ଜାଣି ନାହାନ୍ତି, ତାକୁ ଖୋଜିବାରେ ଏହା ଅତି ପାରଙ୍ଗମ।

Also Read: ଲଜ୍ଜାଜନକ ପରାଜୟକୁ ଭୁଲିପାରୁନି ଦିଲ୍ଲୀ କ୍ୟାପିଟାଲ୍ସ, ଖେଳାଳିଙ୍କୁ ଭରସା ଦେଲେ ମାଲିକ, କହିଲେ...

ଦଶନ୍ଧି ପୁରୁଣା ସୁରକ୍ଷା ଛିଦ୍ରକୁ କଲା ପର୍ଦ୍ଦାଫାଶ

ପରୀକ୍ଷଣ ସମୟରେ ମାଇଥୋସ୍ ଓପନ୍ ବିଏସଡି (OpenBSD)ରେ ଏକ ୨୭ ବର୍ଷ ପୁରୁଣା ସୁରକ୍ଷା ତ୍ରୁଟି ଖୋଜି ବାହାର କରିଛି। ସେହିପରି ୟୁଟ୍ୟୁବ୍ ଏବଂ ନେଟଫ୍ଲିକ୍ସ ବ୍ୟବହାର କରୁଥିବା FFmpegରେ ଏକ ୧୬ ବର୍ଷ ପୁରୁଣା ବଗ୍ ଠାବ କରିଛି। ମୋଜିଲା ଫାୟାରଫକ୍ସ (Mozilla Firefox) ବ୍ରାଉଜରରେ ଏହି AI ୨୭୧ଟି ସମସ୍ୟା ଖୋଜି ବାହାର କରିଛି। ଏହି ସଫ୍ଟୱେୟାର ଗୁଡ଼ିକ ଲକ୍ଷ ଲକ୍ଷ ଥର ପରୀକ୍ଷା ହେବା ସତ୍ତ୍ୱେ ଏହି ଦୁର୍ବଳତା ମଣିଷ ଆଖିରେ ପଡ଼ିନଥିଲା।

Also Read: Manmohan Samal : ଜୁନ୍ ୧୨ ପୂର୍ବରୁ ନେତାଙ୍କୁ ନିଗମ ଓ ବୋର୍ଡ ଦାୟିତ୍ୱ, ହାଇକମାଣ୍ଡଙ୍କ ସହ ବୈଠକ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନିଷ୍ପତ୍ତି

ଭାରତର ଆର୍ଥିକ କ୍ଷେତ୍ର ପାଇଁ ବଡ଼ ଚେତାବନୀ

ଭାରତରେ ଏହି ଏଆଇର ପ୍ରଭାବକୁ ନେଇ ଗମ୍ଭୀର ଆଲୋଚନା ଆରମ୍ଭ ହୋଇଛି। ବିଶେଷ କରି ଆଧାର (Aadhaar), ୟୁପିଆଇ (UPI) ଏବଂ ଦେଶର ଡିଜିଟାଲ ପବ୍ଲିକ ଇନଫ୍ରାଷ୍ଟ୍ରକଚର ଉପରେ ଏହି ମଡେଲ ପାଇଁ ଏକ ବଡ ବିପଦ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଏପ୍ରିଲ ୨୦୨୬ରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏସବିଆଇ ଅଧ୍ୟକ୍ଷ ଏବଂ ଭାରତୀୟ ବ୍ୟାଙ୍କ ସଂଘ (IBA) କୁ ନେଇ ଏକ ସ୍ୱତନ୍ତ୍ର ପ୍ୟାନେଲ ଗଠନ କରାଯାଇଛି, ଯାହା ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିବ।

ଭୟର ବଜାର କିମ୍ବା ବାସ୍ତବିକ ବିପଦ?

ମାଇଥୋସକୁ ନେଇ ଏବେ ଏଆଇ ଜଗତରେ ବିବାଦ ଦେଖାଦେଇଛି। ଓପନ୍ ଏଆଇ ମୁଖ୍ୟ ସାମ୍ ଅଲ୍ଟମ୍ୟାନ୍ ଏହାକୁ ‘ଡରର ବଜାର’ (Fear-based marketing) ବୋଲି କହିବା ସହ ଆନ୍ଥ୍ରୋପିକ ଲୋକଙ୍କୁ ଡରାଉଛି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପଟେ କିଛି ବିଶେଷଜ୍ଞଙ୍କ ମତରେ ଏହି ଏଆଇ ମଡେଲ ହ୍ୟାକରମାନଙ୍କୁ ଏକ ସାମରିକ ଶକ୍ତି ପ୍ରଦାନ କରିବ, ଯାହା ପୂର୍ବରୁ କେବଳ ଶକ୍ତିଶାଳୀ ଦେଶମାନଙ୍କ ପାଖରେ ରହୁଥିଲା। ଏବେ ଏଆଇ ସାହାଯ୍ୟରେ ସାଇବର ଆକ୍ରମଣକୁ ରୋକିବା ପାଇଁ ଏକ ନୂଆ ରଣନୀତି ପ୍ରସ୍ତୁତ କରିବା ସମୟ ଆସିଯାଇଛି।