ଉଦଳା ୯।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରତିଦିନ କିଛି ନା କିଛି ଗୁମର ବାହାରକୁ ଆସିବାରେ ଲାଗିଛି । ସେ ଚନ୍ଦ୍ରିକା ନେଉଥିବା ଗୋରା ହେବା ଇଞ୍ଜେକ୍ସନ ହେଉ କି ଚନ୍ଦ୍ରିକା ଲେଖୁଥିବା ଡାଏରୀ । ଦିନକୁ ଦିନ ଅଡୁଆ ସୂତା ଭଳି ମାମଲା ଗୁଡ଼େଇ ତୁଡ଼େଇ ହେବାରେ ଲାଗିଛି । ତେବେ ପୋଲିସ ଏବେ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୋଲିସ ବିଭିନ୍ନ ଦିଗରୁ ଛାନଭିନ୍ କରୁଛି । ଫେରାର ଥିବା ଚନ୍ଦ୍ରିକାଙ୍କ ଓଏଏସ୍ ବୟଫ୍ରେଣ୍ଡଙ୍କୁ ଖୋଜିବା ପାଇଁ ପୋଲିସ ଉଦ୍ୟମ କରୁଛି । ଏଥିପାଇଁ ୨ଟି ଟିମ୍ ମଧ୍ୟ ଗଠନ କରାଯାଇଛି।

ତେବେ ଏହାରି ଭିତରେ ବଡ଼ ପ୍ରଶ୍ନ ଉଠାଇଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ପୁଅ ଭାଇ । ତାଙ୍କ କହିବା ଅନୁଯାୟୀ, ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାକୁ ୪ ଦିନ ବିତିଯାଇଥିବା ବେଳେ ଏପର୍ଯ୍ୟନ୍ତ ପୋଲିସ ପୁରୁଷ ବନ୍ଧୁଙ୍କୁ କାହିଁକି ଖୋଜି ପାଉନାହିଁ। କେବଳ ସେତିକି ନୁହେଁ ପୁରୁଷ ବନ୍ଧୁଙ୍କ ମାଆ ଏବଂ ଭାଇ ଗଲେ କୁଆଡେ । କାହିଁକି ନା ସେମାନେ ଚନ୍ଦ୍ରିକା ଓ ତାଙ୍କ ପୁରୁଷ ବନ୍ଧୁଙ୍କ ସମ୍ପର୍କ ବାବଦରେ ସବୁ ଜାଣିଥିଲେ । ହେଲେ ତାଙ୍କୁ ମଧ୍ୟ ଖୋଜି ପାଉନାହିଁ ପୋଲିସ । ସବୁବେଳେ ହସୁଥିବା ଭଉଣୀ କ’ଣ ପାଇଁ କହିଲା, ଜୀବନରେ କାହାକୁ ବିଶ୍ୱାସ କରିବୁ ନାହିଁ।

ତେବେ ଶୁଣନ୍ତୁ କ’ଣ କହୁଛନ୍ତି ଚନ୍ଦ୍ରିକାଙ୍କ ମାମୁଁ ପୁଅ ଭାଇ..​​​​​​​

Also Read:- ଚନ୍ଦ୍ରିକା ନେଉଥିବା ଇଞ୍ଜେକ୍ସନ ବାବଦରେ ସବୁ ଜାଣିଥିଲେ ପୁରୁଷ ବନ୍ଧୁ, ତେବେ ବାହା ହେବାକୁ କାହିଁକି ମନା କରୁଥିଲେ ?

ସେପଟେ ସାମ୍ନାକୁ ଆସିଲା ପୋଲିସ ଏତଲା କପି । ପୋଲିସ ପରିବାର ଲୋକଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିବା ବେଳେ ଏକରୁ ଅଧିକଙ୍କ ସମ୍ପୃକ୍ତି ରହୁଥିବା ଦର୍ଶାଯାଇଛି । ୧୦୮ BNS ଏବଂ ୩(୫)BNS ଦଫା ଲଗାଇଛି ପୋଲିସ। ଯାହାକି ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇଥିବାକୁ ନେଇ ୧୦୮ ଲାଗିଥିବା ଏବଂ ଏକରୁ ଅଧିକ ସମ୍ପୃକ୍ତି ପାଇଁ ୩(୫) ଲାଗିଛି । ୧୦୮ର ଦଣ୍ଡ ବିଧାନ ନନ୍‌ବେଲ୍ ଏବଂ ୧୦ ବର୍ଷ ପର୍ଯ୍ୟନ୍ତ ଦଣ୍ଡାଦେଶ ରହିଛି ।