କଟକ: ଓଡ଼ିଶାର ନିଜସ୍ୱ ପରିଚୟ ଓ ଦକ୍ଷ ଓଡ଼ିଆ ପ୍ରତିଭାଙ୍କୁ ଆଗକୁ ନେବା ଦିଗରେ ଆଉ ଏକ ପଦକ୍ଷେପ ନେଇ କଟକର ଶ୍ରୀରାମନଗର, ମଧୁପାଟଣାଠାରେ ସେଡ୍ରାଫିଲ୍‌ର ଶ୍ରୀବସ୍ତ୍ରମ୍ ନୂତନ ଉତ୍ପାଦନ ୟୁନିଟ୍ ଶୁଭାରମ୍ଭ ହୋଇଛି । ଓଲିଉଡ୍ ଅଭିନେତ୍ରୀ ଶିବାନୀ ସଙ୍ଗୀତା ଏହି ନୂତନ ୟୁନିଟ୍‌ର ଶୁଭ ଉଦଘାଟନ କରିଥିଲେ । ଏହି ଅବସରରେ କମ୍ପାନୀର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ କୁମାର ନାୟକ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଋତୁରାଜଶକ୍ତୱାତ୍ ଓ ନିର୍ଦ୍ଦେଶକ ବିଜୟ କୁମାର ମହାନ୍ତିଙ୍କ ସମେତ କମ୍ପାନୀର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

କଟକରେ ଆରମ୍ଭ ହୋଇଥିବା ଏହି ନୂତନ ଉତ୍ପାଦନ ୟୁନିଟକୁ ଓଡ଼ିଶାରେ ସ୍ପୋର୍ଟସ୍ୱେୟାର୍ ଓ ଟି-ସାର୍ଟ ଉତ୍ପାଦନ କ୍ଷେତ୍ରରେ ଏକ ନୂଆ ପଦକ୍ଷେପ ଭାବେ ବିବେଚନା କରାଯାଉଛି । ଏଠାରେ ବିଭିନ୍ନ ପ୍ରକାରର ଟି-ସାର୍ଟ, ଜର୍ସି, କ୍ୟାପ୍ ଓ ଅନ୍ୟାନ୍ୟ ସ୍ପୋର୍ଟସ୍ୱେୟାର୍ ଉପଲବ୍ଧ ହେବ । ଗ୍ରାହକଙ୍କ ଚାହିଦା, ଗୁଣବତ୍ତା ଏବଂ ସୁଲଭ ମୂଲ୍ୟକୁ ଗୁରୁତ୍ୱ ଦେଇ ଏହି ୟୁନିଟରେ ବିଭିନ୍ନ ପ୍ରକାର ପୋଷାକ ପ୍ରସ୍ତୁତ କରାଯିବ ।

ଏହି ଅବସରରେ ପ୍ରତିଷ୍ଠାତା ମୁକେଶ କୁମାର ନାୟକ କହିଥିଲେ ଯେ, ଆମର ଲକ୍ଷ୍ୟ କେବଳ ଏକ ବ୍ୟବସାୟ ପ୍ରତିଷ୍ଠା କରିବା ନୁହେଁ, ଓଡ଼ିଶାର ଦକ୍ଷ ଯୁବ ପ୍ରତିଭାଙ୍କୁ ରୋଜଗାରର ସୁଯୋଗ ଦେଇ ସେମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାର ନିଜସ୍ୱ ପରିଚୟକୁ ପ୍ରତିଫଳିତ କରୁଥିବା ଏକ ଗର୍ବର ବ୍ରାଣ୍ଡ ପ୍ରତିଷ୍ଠା କରିବା । ଆମେ ଚାହୁଁଛୁ ଓଡ଼ିଶାର ପ୍ରତିଭା ଓ ପରିଶ୍ରମରୁ ଏଭଳି ବ୍ରାଣ୍ଡ ତିଆରି ହେଉ, ଯାହା ରାଜ୍ୟବାହାରେ ମଧ୍ୟ ଓଡ଼ିଶାର ପରିଚୟକୁ ଆହୁରି ମଜଭୁତ୍ କରିବ ।

ବର୍ତ୍ତମାନ ସେଡ୍ରାଫିଲ୍ ଭାରତର ୧୦ଟି ରାଜ୍ୟରେ ୭ ହଜାରରୁ ଊର୍ଦ୍ଧ୍ୱ ଆଉଟ୍ଲେଟ୍ ଖୋଲିବା ସହିତ ୨୦୦ ପ୍ରକାରରୁ ଊର୍ଦ୍ଧ୍ୱ ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛି ଏବଂ ଏଥିରେ ପ୍ରାୟ ୫ ହଜାର ଲୋକଙ୍କୁ କର୍ମ ସଂସ୍ଥାନ ଦେବା ସହିତ ୧୫ ଲକ୍ଷରୁ ଊର୍ଦ୍ଧ୍ୱ ଖାଉଟିଙ୍କ ଆସ୍ଥା ଭାଜନ ହୋଇପାରିଛି । ଭୁବନେଶ୍ୱର ଓ କଟକରେ ବିଭିନ୍ନ ନୂଆ ଉତ୍ପାଦ ଓ ପ୍ରତିବଦ୍ଧତା ସହକାର୍ଯ୍ୟ କ୍ଷେତ୍ରକୁ ବିସ୍ତାର କରୁଥିବା ସେଡ୍ରାଫିଲ୍ ଆଗାମୀ ଦିନରେ ସମଗ୍ର ଓଡ଼ିଶାରେ ନିଜର ଉପସ୍ଥିତିକୁ ବ୍ୟାପକ କରିବାର ଲକ୍ଷ୍ୟ ରଖିଛି ।

କଟକରେ ଆରମ୍ଭ ହୋଇଥିବାଏହି ନୂଆ ଉଦ୍ୟମ ଛାତ୍ରଛାତ୍ରୀ, ଯୁବପିଢ଼ି, କ୍ରୀଡ଼ାବିତ୍ ଓ ସ୍ପୋର୍ଟସ୍ୱେୟାର ପ୍ରେମୀଙ୍କ ପାଇଁ ଏକ ନୂଆ ବିକଳ୍ପ ସୃଷ୍ଟିକରିବ । ନିଜ ପସନ୍ଦର ଡିଜାଇନ୍ ଓ ଷ୍ଟାଇଲ୍ ସହ ଗୁଣବତ୍ତା, ଆରାମ ଏବଂ ସୁଲଭ ମୂଲ୍ୟର ସମନ୍ୱୟରେ ଉତ୍ପାଦ ବାଛିବାର ସୁଯୋଗ ଗ୍ରାହକମାନେ ପାଇପାରିବେ । ଓଡ଼ିଶାର ମାଟିରୁ ଓଡ଼ିଶାର ପ୍ରତିଭାକୁ ନେଇ ଏକ ନୂଆବ୍ରାଣ୍ଡକୁ ଜାତୀୟସ୍ତରରେ ପରିଚିତ କରାଇବାର ଆଶା ଓ ସଂକଳ୍ପ ସହ ସେଡ୍ରାଫିଲ୍ ଏକ ନୂଆ ପରିଚୟ ତିଆରି କରିଛି ।