News7 Logo

ବୋର୍ଡ ପରୀକ୍ଷାରେ ଯୋଗ ଦେବା ପାଇଁ CBSEର ନୂଆ ନିର୍ଦ୍ଦେଶନାମା , ସର୍ବନିମ୍ନ ଆବଶ୍ୟକତା ଉପରେ ଜାରି କଲା ନୋଟିସ୍ : ପଢନ୍ତୁ

NEWS7
board exam

ନୂଆଦିଲ୍ଲୀ - କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଯୋଗ ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଯୋଗ୍ୟତା ମାନଦଣ୍ଡକୁ କଡ଼ାକଡ଼ି କରିବା ପାଇଁ, ଏକ ବ୍ୟାପକ ନିର୍ଦ୍ଦେଶନାମା ଜାରି କରିଛି। ନୂଆ ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଦୃଢ ଶିକ୍ଷାଗତ ଏବଂ ଉପସ୍ଥାନ ଆବଶ୍ୟକତା ପୂରଣ ନକରି କୌଣସି ଛାତ୍ରଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ , ଯାହା ସାମ୍ପ୍ରତିକ ବର୍ଷଗୁଡ଼ିକରେ ବୋର୍ଡର ସବୁଠୁ କଡ଼ା ପଦକ୍ଷେପ ମଧ୍ୟରୁ ଗୋଟିଏ।

ଶିକ୍ଷା ମନ୍ତ୍ରଣାଳୟର ଅଧିନରେ ଥିବା ସିବିଏସଇ ଏହି କଥା ଉପରେ ଜୋର ଦେଇଛି ଯେ, ଯେଉଁଠି ନ୍ୟାସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଓପନ୍ ସ୍କୁଲିଂ (ଏନଆଇଓଏସ) ମୁକ୍ତ ଏବଂ ଦୂର ଶିକ୍ଷା ମଡେଲ ଅଧୀନରେ କାର୍ଯ୍ୟ କରୁଥିବା ବେଳେ, ସିବିଏସଇ ଦୃଢ ଭାବେ ସାମ୍ନାସାମ୍ନି ସ୍କୁଲିଂ ଢାଞ୍ଚା ମାଧ୍ୟମରେ କାର୍ଯ୍ୟ କରେ। ଜାତୀୟ ଶିକ୍ଷା ନୀତି (ଏନଇପି)୨୦୨୦ର ଦାୟିତ୍ୱ, ଶୃଙ୍ଖଳା ଏବଂ ଉପଯୁକ୍ତ କାର୍ଯ୍ୟାନ୍ୱୟନ ସୁନିଶ୍ଚିତ କରିବା ପାଇଁ ନୂଆ ନିର୍ଦ୍ଦେଶାବଳୀ ଡିଜାଇନ କରାଯାଇଛି।

ସିବିଏସଇ ଔପଚାରିକ ଭାବେ ଘୋଷଣା କରିଛି ଯେ, ଦଶମ ଓ ଦ୍ୱାଦଶ ଶ୍ରେଣୀକୁ ଦୁଇ ବର୍ଷିୟ ପାଠ୍ୟକ୍ରମ ଭାବେ ମନେକରାଯିବ। ଏହାର ଅର୍ଥ ୯ମ ଓ ୧୦ମ ଶ୍ରେଣୀ ମିଶି ୧୦ମ ଶ୍ରେଣୀର ପରୀକ୍ଷାର ପୂରା ପାଠ୍ୟକ୍ରମ ପ୍ରସ୍ତୁତ କରିବ, ଅନ୍ୟପଟେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ମିଶି ଦ୍ୱାଦଶ ଶ୍ରେଣୀ ପରୀକ୍ଷାର ଫାଉଣ୍ଡେସନ ପ୍ରସ୍ତୁତ କରିବ। ବୋର୍ଡ କ୍ଲାସ୍‌ରେ ନିଆଯାଇ ଥିବା କୌଣସି ବି ବିଷୟର ଅଧ୍ୟୟନ ଲଗାତାର ଦୁଇ ବର୍ଷ ପର୍ଯ୍ୟନ୍ତ କରାଯିବା ଉଚିତ୍। ଯେଉଁ ଛାତ୍ରଛାତ୍ରୀ ସର୍ଟକଟ୍‌ ଆପଣାଇବାକୁ ପ୍ରୟାସ କରିବେ , ଯେମିତି କି ବିଳମ୍ୱରେ ନାମାଙ୍କନ କରାଇବା କିମ୍ୱା ଫାଉଣ୍ଡେସନ ଶ୍ରେଣୀ ଛାଡିବା , ସେମାନଙ୍କୁ ଅଯୋଗ୍ୟ ଘୋଷିତ କରିଦିଆ ଯିବ।

ବାଧ୍ୟତାମୂଳକ ଉପସ୍ଥିତି –

ବୋର୍ଡ ସ୍ପଷ୍ଟ କରି ଦେଇଛି ଯେ ବୋର୍ଡ ପରୀକ୍ଷାରେ ବସିବା ପାଇଁ ଛାତ୍ରଛାତ୍ରୀଙ୍କ ଉପସ୍ଥିତି ଅତି କମ୍‌ରେ ୭୫ ପ୍ରତିଶତ ହେବା ଉଚିତ୍‌।

୧- ଉପସ୍ଥିତି ଉପରେ କଡ଼ା ନଜର ରଖାଯିବ ତଥା ସ୍କୁଲ ଗୁଡ଼ିକୁ ଦୈନିକ ରେଜିଷ୍ଟର ତିଆରି କରିବା ବାଧ୍ୟତାମୂଳକ ହେବ।

୨- ୨୫ ପ୍ରତିଶତ ପର୍ଯ୍ୟନ୍ତ କ୍ଷମା କେବଳ ଅତ୍ୟନ୍ତ ଗୁରୁତର ପରିସ୍ଥିତି ଗୁଡ଼ିକରେ ଦିଆଯାଇ ପାରେ , ଯେମିତି କି ଚିକିତ୍ସା ସମ୍ୱନ୍ଧୀୟ ଜରୁରୀସ୍ଥିତି , ପ୍ରିୟ ଜନଙ୍କ ମୃତ୍ୟୁ , କିମ୍ୱା ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜାତୀୟ ସ୍ତରରେ ଯୋଗଦାନ –ତାହା ମଧ୍ୟ ସେତେବେଳେ ଯେବେ ଏଥିପାଇଁ ବୈଧ ଡକ୍ୟୁମେଣ୍ଟ ଉପଲବ୍ଧ ଥିବ।

୩- ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ କମ୍‌ ଓ କୌଣସି ବୈଧ କାରଣ ନଥିବ, ସେମାନେ ନିୟମିତ ପ୍ରାର୍ଥୀ ଭାବେ ନାମ ଲେଖାଯାଉ ଥିଲେ ବି ଅଯୋଗ୍ୟ ଘୋଷିତ କରାଯିବ।

ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ( ଇଣ୍ଟରନାଲ ଆସେସମେଣ୍ଟ) କୁ ଛଡ଼ା ଯାଇ ପାରିବ ନାହିଁ  -

ଏନଇପି -୨୦୨୦ ଅନୁସାରେ ,ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଏବେ ଏକ ବୈକଳ୍ପିକ ଆଡ୍‌-ଅନ୍ ନୁହେଁ , ବରଂ ଏକ ମୁଖ୍ୟ , ମୂଲ୍ୟାଙ୍କନ ତନ୍ତ୍ର।

୧- ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ଦୁଇ ବର୍ଷରେ କରାଯାଏ ଏବଂ ଏଥିରେ ପିରିଓଡିକ୍‌ ଟେଷ୍ଟ , ପ୍ରୋଜେକ୍ଟ ଓ କ୍ଲାସରୁମ୍‌ ପାର୍ଟିସିପେସନ ଅନ୍ତର୍ଭୁକ୍ତ।

୨- ଯେଉଁ ଛାତ୍ରଛାତ୍ରୀ ସ୍କୁଲ୍‌ରେ ନିୟମିତ ଉପସ୍ଥିତ ନଥିବେ ଏହିସବୁ ଆସେସମେଣ୍ଟକୁ ହରାଇବେ।

୩- ବିନା ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ ରେକର୍ଡରେ , ସିବିଏସଇ ରେଜଲ୍ଟ ଘୋଷଣା କରିବ ନାହିଁ ଏବଂ ଏମିତି ଛାତ୍ରଛାତ୍ରୀଙ୍କୁ ‘ ଆବଶ୍ୟକ ପୁନରାବୃତ୍ତି ‘ଶ୍ରେଣୀରେ ରଖାଯିବ, ଯଦିଓ ସେମାନେ ଥିଓରୀ ପରୀକ୍ଷାରେ ଉପସ୍ଥିତ ହୋଇଥାନ୍ତୁ ନା କାହିଁକି।

ଅତିରିକ୍ତ ବିଷୟ ଉପରେ ପ୍ରତିବନ୍ଧକ –

ସିବିଏସଇ ଅତିରିକ୍ତ ବିଷୟ ଗୁଡ଼ିକ ପାଇଁ ମଧ୍ୟ ଦୃଢ ନିୟମ ପ୍ରସ୍ତୁତ କରିଛି :

୧ -୧୦ ଶ୍ରେଣୀ ଛାତ୍ରଛାତ୍ରୀ ବାଧ୍ୟତାମୂଳକ ୫ଟି ବିଷୟ ବ୍ୟତୀତ ଦୁଇଟି ଅତିରିକ୍ତ ବିଷୟ ବାଛି ପାରିବେ।

୨-ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ କେବଳ ଗୋଟିଏ ଅତିରିକ୍ତ ବିଷୟ ନେଇ ପାରିବେ।

୩- ଏହି ବିଷୟ ଗୁଡ଼ିକର ମଧ୍ୟ ପୂରା ଦୁଇ ବର୍ଷୀୟ କାର୍ଯ୍ୟକ୍ରମ ବେଳେ ଅଧ୍ୟୟନ କରାଯିବା ଉଚିତ୍‌।

ଏହା ବ୍ୟତୀତ, ବୋର୍ଡ ଅନୁବନ୍ଧିତ ସ୍କୁଲ ଗୁଡ଼ିକୁ ବିନା ଅନୁମୋଦନରେ ବିଷୟ ପ୍ରଦାନ କରିବା ବିରୁଦ୍ଧରେ ଚେତାବନୀ ଦେଇଛି। ଯଦି କୌଣସି ସ୍କୁଲରେ ଯୋଗ୍ୟ ଶିକ୍ଷକ , ପରୀକ୍ଷାଗାର କିମ୍ୱା ସିବିଏସଇର ଆନୁଷ୍ଠାନିକ ଅନୁମତି ନାହିଁ , ତେବେ ଛାତ୍ରଛାତ୍ରୀଙ୍କୁ ମୁଖ୍ୟ କିମ୍ୱା ଆଡିସନାଲ ପେପର ଭଳି ବିଷୟ ପାଇଁ ପଞ୍ଜୀକରଣ କରିବାକୁ ଅନୁମତି ଦିଆଯିବ ନାହିଁ।