ନୂଆଦିଲ୍ଲୀ: ସରିଲା ଅପେକ୍ଷା, ଆଜି ପ୍ରକାଶ ପାଇପାରେ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ପକ୍ଷରୁ ଯେକୌଣସି ସମୟରେ ରେଜଲ୍ଟ ଘୋଷଣା କରାଯାଇପାରେ। ଚଳିତ ବର୍ଷ ପ୍ରାୟ ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ନିଜର ପରୀକ୍ଷା ଫଳକୁ ଅପେକ୍ଷା କରି ରହିଛନ୍ତି।

ଆଜି କାହିଁକି ଆସିପାରେ ରେଜଲ୍ଟ?

ଯଦିଓ ବୋର୍ଡ ପକ୍ଷରୁ କୌଣସି ଆନୁଷ୍ଠାନିକ ତାରିଖ ଘୋଷଣା କରାଯାଇ ନାହିଁ, କିନ୍ତୁ Digilocker ଏବଂ UMANG ଆପ୍‌ ପକ୍ଷରୁ ରେଜଲ୍ଟ ଖୁବଶୀଘ୍ର ଆସୁଥିବା ନେଇ ସଙ୍କେତ ଦିଆଯାଇଛି। ଗତ ୩ ବର୍ଷର ଧାରାକୁ ଦେଖିଲେ, CBSE ସାଧାରଣତଃ ମେ’ ୧୨ କିମ୍ବା ୧୩ ତାରିଖରେ ଫଳାଫଳ ଘୋଷଣା କରିଥାଏ। ତେଣୁ ଆଜି ରେଜଲ୍ଟ ଆସିବାର ସମ୍ଭାବନା ଅଧିକ ରହିଛି। ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବୃଆରୀ ୧୭ରୁ ଏପ୍ରିଲ ୧୦ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।

କେଉଁଠି ଦେଖିବେ ରେଜଲ୍ଟ?

ଛାତ୍ରଛାତ୍ରୀମାନେ ବୋର୍ଡର ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ବିଭିନ୍ନ ପ୍ଲାଟଫର୍ମରେ ନିଜର ମାର୍କସିଟ୍ ଦେଖିପାରିବେ:

  cbse.gov.in

  results.cbse.nic.in

  DigiLocker ଆପ୍ ଏବଂ ୱେବସାଇଟ୍

  UMANG ଆପ୍‌

  ଏହା ସହିତ SMS ଏବଂ IVRS ଜରିଆରେ ମଧ୍ୟ ଫଳାଫଳ ଜାଣିହେବ।

କେମିତି କରିବେ ଡାଉନଲୋଡ୍?

୧. ପ୍ରଥମେ ଅଫିସିଆଲ୍ ୱେବସାଇଟ୍ results.cbse.nic.in କୁ ଯାଆନ୍ତୁ।

୨. ହୋମପେଜ୍‌ରେ ଥିବା "CBSE Class 12 Result 2026" ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

୩. ନିଜର ରୋଲ୍ ନମ୍ବର (Roll Number), ସ୍କୁଲ୍ ନମ୍ବର ଏବଂ ଆଡମିଟ୍ କାର୍ଡ ଆଇଡି (Admit Card ID) ପ୍ରବେଶ କରନ୍ତୁ।

୪. ସବମିଟ୍ (Submit) ବଟନ୍ ଉପରେ କ୍ଲିକ୍ କଲେ ଆପଣଙ୍କ ରେଜଲ୍ଟ ସ୍କ୍ରିନ୍‌ରେ ଦେଖାଯିବ।

୫. ଭବିଷ୍ୟତ ପାଇଁ ଏହାର ଏକ ପ୍ରିଣ୍ଟଆଉଟ୍ କିମ୍ବା ସଫ୍ଟ କପି ଡାଉନଲୋଡ୍ କରି ରଖନ୍ତୁ।