ବିଜେପି ସରକାରଙ୍କୁ ତାଲିବାନ ସହ ତୁଳନା କରିବାରୁ ବିଏସ୍‌ପି ନେତା ଆକାଶ ଆନନ୍ଦଙ୍କ ବିରୋଧରେ ମାମଲା ରୁଜୁ

Published By : Prameya-News7 Bureau | April 28, 2024 IST

indiatoday

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି(ବିଏସ୍‌ପି) ଜାତୀୟ ସଂଯୋଜକ ଆକାଶ ଆନନ୍ଦଙ୍କ ବିରୋରେ ମାମଲା ରୁଜୁ ହୋଇଛି। ଉତ୍ତର ପ୍ରଦେଶର ସୀତାପୁର ଯାଇ ଏକ ରାଲିକୁ ସମ୍ବୋଧନ କରି ବିଜେପି ସରକାରକୁ ଆତଙ୍କବାଦୀ ସହ ତୁଳନା କରିଥିଲେ ଆକାଶ। ଏହି ବିବାଦିତ ବୟାନ ପରେ ଆକାଶଙ୍କ ବିରୋଧରେ ୟୁପି ପୁଲିସ ମାମଲା ରୁଜୁ କରିଛି। 

ଆକାଶଙ୍କ ବିରୋଧରେ ହିଂସା ଉକ୍‌ସାଇବା ସହ ଅସାମ୍ଭିଧାନିକ ଭାଷା ବ୍ୟବହାର କରିବାର ଅଭିଯୋଗ ହୋଇଛି। ଅକାଶଙ୍କ ସମେତ ସୀତାପରୁ ବିଏସ୍‌ପି ପ୍ରତ୍ୟାଶୀ ମହେନ୍ଦ୍ର ଯାଦବ, ଶ୍ୟାମ ଅବସ୍ଥି, ଅକ୍ଷୟ କଲରା, ଏବଂ ବିକାଶ ରାଜବଂଶୀଙ୍କ ବିରୋଧରେ କୋତୱଲି ପୁଲିସ ଆଇପିସି ଧାରା ୧୭୧ ସି, ୧୫୨ ବି, ୫୦୫, ଆର୍‌ପି ଆକ୍ଟ ଧାରା ୧୨୫ରେ ମାମଲା ରୁଜୁ କରାଯାଇଛି। 

ଆକାଶ ଆନନ୍ଦ ପାଞ୍ଚଟି ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀଙ୍କୁ ସମର୍ଥନ କରି ସୀତାପୁରର ଆହ୍ଲାବାଦ ଫିଲ୍ଡରେ ଏହି ସମ୍ମିଳନୀକୁ ସମ୍ବୋଧନ କରି ବିବାଦୀୟ ବୟାନ ଦେଇଥିଲେ। ବିଜେପି ଲୋକମାନେ ଭୋଟ୍ ମାଗିବାକୁ ଆସିଲେ, ଜୋତା, ଚପଲ ଏବଂ ବାଡ଼ି ପ୍ରସ୍ତୁତ ରଖ ବୋଲି କହିଥିଲେ ଆକାଶ। କେବଳ ଏତିକି ନୁହେଁ ସେ ବିଜେପି ସରକାରକୁ ଆତଙ୍କବାଦୀ ସରକାର ବୋଲି ସେ କହିଥିଲେ।। ଏହି ଘଟଣାରେ ସୀତାପୁର ପୁଲିସ ଅଫିସର ଚକ୍ରେଶ ମିଶ୍ର କହିଛନ୍ତି ଶହ କୋତୱଲୀ ପୁଲିସ ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.