କନ୍ନଡ ଅଭିନେତା ଚେତନ ଚନ୍ଦ୍ରାଙ୍କୁ ମରଣାନ୍ତକ ଆକ୍ରମଣ, ମା’ଙ୍କ ସହ ଯାଇଥିଲେ ମନ୍ଦିର

Published By : Prameya-News7 Bureau | May 14, 2024 IST

ମୁମ୍ଵାଇ ୧୪।୦୫: ଲୋକପ୍ରିୟ କନ୍ନଡ ଅଭିନେତା ଚେତନ ଚନ୍ଦ୍ରାଙ୍କୁ ନେଇ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ରବିବାର ଚେତନଙ୍କ ଉପରେ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚେତନ ଗୁରୁତର ଭାବେ ଆହତ ହୋଇଛନ୍ତି। ତାହା ପୁଣି ବେଙ୍ଗାଲୁରୁ ନିକଟ କାଗାଲିପୁରାରେ ଘଟିଛି। ଆକ୍ରମଣ ପରେ ଅଭିନେତା ପୋଲିସ ନିକଟରେ ଅଭିଯୋଗ କରି ନ୍ୟାୟ ଦାବି କରିଛନ୍ତି।

ଅଭିନେତା ଚେତନ ଚନ୍ଦ୍ର ତାଙ୍କ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରି ସୂଚନା ଦେଇଛନ୍ତି। ଯାହା ପରେ ତାଙ୍କର ସମସ୍ତ ପ୍ରଶଂସକ ତାଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଛନ୍ତି। ଭିଡିଓରେ ଅଭିନେତା ରକ୍ତାକ୍ତ ଥବା ଦେଖାଯାଉଛନ୍ତି। ଅଭିନେତାଙ୍କ ପାଟି ଓ ନାକରୁ ରକ୍ତସ୍ରାବ ହେଉଛି। ପୋଷାକରେ ରକ୍ତରେ ଦାଗ ମଧ୍ୟ ରହିଛି। ଅଭିନେତାଙ୍କ ଆଖିରେ ମଧ୍ୟ ଆଘାତ ଲାଗିଛି।

ତାଙ୍କ ସହ ଘଟିଥିବା ଭୟଙ୍କର ଆକ୍ରମଣ ବିଷୟରେ ଚେତନ କହିଛନ୍ତି ଯେ ରବିବାର ଦିନ ମାତୃ ଦିବସରେ ସେ ନିଜ ମାଆଙ୍କ ସହ ମନ୍ଦିରରୁ ଫେରୁଥିଲେ। ତା’ପରେ ଗୁଣ୍ଡାମାନେ ଆସି ମୋ ଗାଡ଼ିକୁ ଧକ୍କା ଦେଇଥିଲେ। ମୁଁ ଏହାର କାରଣ ପଚାରିବାରୁ ହଠାତ ୨୦ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଅଭିନେତା କହିଛନ୍ତି ଯେ ଆକ୍ରମଣକାରୀ ଗୋଷ୍ଠୀରେ ଜଣେ ମହିଳା ମଧ୍ୟ ସାମିଲ ହୋଇଥିଲେ। ଏହି ଆକ୍ରମଣରେ ତାଙ୍କ ନାକ ହାଡ ମଧ୍ୟ ଭାଙ୍ଗି ଯାଇଥିଲା। ଭିଡିଓ ସେୟାର କରିବାବେଳେ ଅଭିନେତା କ୍ୟାପସନରେ ଲେଖିଥିଲେ - ଏହା ଅତ୍ୟନ୍ତ ଭୟାନକ ଅନୁଭୂତି ଥିଲା । ମୁଁ ନ୍ୟାୟ ଚାହୁଁଛି …

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.