ମୁମ୍ବାଇରେ ବର୍ଷା ଓ ଧୂଳିଝଡ଼ ତାଣ୍ଡବ : ପେଟ୍ରୋଲ ପମ୍ପ ହୋଡିଂ ପଡ଼ି ୧୪ ମୃତ, ୭୦ରୁ ଅଧିକ ଆହତ

Published By : Prameya-News7 Bureau | May 14, 2024 IST

ମୁମ୍ଵାଇ ୧୪।୦୫: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ସୋମବାର ଭୟଙ୍କର କାଳବୈଶାଖୀ ହୋଇଥିଲା। ଆଉ ଏଥିରେ ମୁମ୍ବାଇର ଘାଟକୋପର ଅଞ୍ଚଳରେ ପ୍ରବଳ ପବନ ଯୋଗୁଁ ଏକ ବିରାଟ ବିଜ୍ଞାପନ ହୋର୍ଡିଂ ଖସିପଡ଼ିଥିଲା । ଯେଉଁ କାରଣରୁ ପ୍ରାୟ ୮୮ଜଣ ଆହତ ହୋଇଛନ୍ତି। ବଡ଼ କଥା ହେଉଛି ଏବେ ମୃତ୍ୟୁ ସଂଖ୍ୟା ୧୪କୁ ବଢିଯାଇଛି ।  ଏହି ହୋର୍ଡିଂ ଏକ ପେଟ୍ରୋଲ ପମ୍ପ ନିକଟରେ ଲାଗିଥିଲା । ସେଥିମଧ୍ୟରୁ ୭୪ ଜଣ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି।


ସୂଚନା ଅନୁଯାୟୀ, ପ୍ରକୃତରେ ବର୍ଷା-ପବନ କାରଣରୁ ଅନେକ ଲୋକ ପେଟ୍ରୋଲ ପମ୍ପରେ ଆଶ୍ରୟ ନେଇଥିଲେ । ଏହାପୂର୍ବରୁ ଘାଟକୋପର ଅଞ୍ଚଳରେ ଝଡ଼ ଏବଂ ବର୍ଷା ସମୟରେ ଏକ ପେଟ୍ରୋଲ ପମ୍ପ ଉପରେ ୧୦୦ ଫୁଟ ଲମ୍ବର ବେଆଇନ ହୋର୍ଡିଂ ପଡିଥିଲା। ବିଏମସି ଅଧିକାରୀଙ୍କ କହିବାନୁସାରେ, ହୋର୍ଡିଂର ଆକାର ୧୨୦ ରୁ ୧୨୦ ଫୁଟ ଥିଲା । ସେ କହିଛନ୍ତି ଯେ ୪୦ ଗୁଣର ୪୦ ଫୁଟରୁ ଅଧିକ ଆକାରର ହୋର୍ଡିଂ ରଖିବାକୁ ଅନୁମତି ନାହିଁ ।

ଏବେ ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ମୁଖ୍ୟମନ୍ତ୍ରୀ ଘଟଣା ଉପରେ ନଜର ରଖିଛନ୍ତି। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଆହତଙ୍କୁ ମଧ୍ୟ ଭେଟିବାକୁ ହସ୍ପିଟାଲ ଯାଇଥିଲେ।ସେପଟେ ଘଟଣାରେ ବିଏମସି ତରଫରୁ ପୋଲିସରେ ଏକ ମାମଲା ରୁଜୁ ହୋଇଛି। ରେଲଓ୍ବେ ଏବଂ ହୋର୍ଡିଂ ଲଗାଇଥିବା ପ୍ରାଇଭେଟ କମ୍ପାନି ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.