ସନ୍ଦେଶ ଖାଲି: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ତୃଣମୂଳ କଂଗ୍ରେସ (ଟିଏମସି) କାର୍ଯ୍ୟାଳୟରୁ ବଣ୍ଡଲ ବଣ୍ଡଲ ଧଳାଶାଢୀ ଜବତ ହୋଇଛି। ଏ କଥା ଜଣାପଡିବା ପରେ ବେଙ୍ଗଲ ରାଜନୀତିରେ ଭୂମିକମ୍ପ ସୃଷ୍ଟି ହୋଇଛି। ବିଜେପି ଆରୋପ ଲଗାଇଛି ଏହି ଶାଢ଼ୀ କୌଣସି ନିର୍ବାଚନୀ ଉପହାର ନୁହେଁ ବରଂ ବିରୋଧୀଙ୍କୁ ଧମକାଇବାର ଏକ ଉପାୟ ଥିଲା। ବିରୋଧୀ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରିବା ଓ ସେମାନଙ୍କ ପତ୍ନୀଙ୍କୁ ବିଧବା କରିବାର ଏହା ଏକ ସୁଚିନ୍ତିତ ଚାଲଥିଲା ବୋଲି ଏବେ ବିଜେପି ଅଭିଯୋଗ କରୁଛି।

ବେଙ୍ଗଲ ସଂସ୍କୃତିରେ ଧଳା ସାଢ଼ୀ ବିଧବା ମହିଳାମାନେ ପିନ୍ଧନ୍ତି। ଟିଏମସି ଏହାକୁ ରାଜନୀତିରେ ଧମକାଇବାକୁ ଅସ୍ତ୍ର କରିଥିଲା। ସନ୍ଦେଶଖାଲି ମହିଳାମାନେ କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସେମାନଙ୍କୁ ଧଳା ଶାଢୀ, ଧୂପକାଠୀ ଓ ଫୁଲ ଦିଆଯାଇଥିଲା। ଏହାର ସିଧା ଅର୍ଥ ଥିଲା ଟିଏମସିକୁ ଭୋଟ ଦିଅ ନଚେତ ନିଜନିଜ ସ୍ୱାମୀଙ୍କ ଶେଷ ଯାତ୍ରା ପ୍ରସ୍ତୁତି କରିନିଅ। ଏହା ମହିଳାଙ୍କୁ ମାନସିକ ରୂପେ ଭାଙ୍ଗିବା ଓ ସେମାନଙ୍କ ସୁହାଗ ସିନ୍ଦୁର ଛଡେଇବାର ନିଷ୍ଠୁର ଧମକ ବୋଲି ଏବେ କୁହାଯାଉଛି। କେବଳ ଶାଢ଼ୀ ନୁହେଁ ଘରକୁ ପ୍ୟାକେଟରେ ଧୂପକାଠି ଓ ଫୁଲ ବି ପଠାଉଥିଲେ।

ବିଜେପି କାର୍ଯ୍ୟକର୍ତ୍ତାଙ୍କ ଅନୁସାରେ ଟିଏମସି ଗୁଣ୍ଡା ଘରକୁ ପଠାଉଥିବା ଉପହାର ସହ ପତ୍ର ବି ଦେଉଥିଲେ। ଏଥିରେ ମେ ୪ ତାରିଖ ପରେ ଦେଖିନେବୁ ବୋଲି ଧମକ ଦେଉଥିଲେ। ସ୍ଥାନୀୟ ଲୋକେ କହିଛନ୍ତି ଯେ ଏହା ଏକ ମନୋବୈଜ୍ଞାନିକ ଯୁଦ୍ଧ। ଯେଉଁଥିରେ ବିରୋଧରେ ଥିବା ଲୋକଙ୍କ ମହିଳାଙ୍କୁ ଧମକା ଯାଉଥିଲା ଯଦି ସେମାନେ ଟିଏମସିକୁ ବିରୋଧ କରନ୍ତି ତେବେ ଧଳା ସାଢୀ଼ ପିନ୍ଧିବାକୁ ପଡିବ। କାର୍ଯ୍ୟାଳୟରୁ ସାଢ଼ୀ ବଣ୍ଡଲ ମିଳିବା ଟିଏମସିର ସେହି ରଣନୀତିକୁ ଉଜାଗର କରୁଛି ଯେଉଁଥିରେ ଶାସନ ବଞ୍ଚାଇବା ପାଇଁ ‘ଡର’କୁ ପାର୍ଟି ବଡ଼ ଅସ୍ତ୍ର କରିଥିଲା।

କେବଳ ବିଧାନସଭା ନିର୍ବାଚନ ନୁହେଁ ଗତ ପଞ୍ଚାୟତ ନିର୍ବାଚନ କାଳରେ ମଧ୍ୟ ମହିଳା ଏ ନେଇ ଅଭିଯୋଗ କରିଥିଲେ। ସେମାନେ ଯେପରି ଭୋଟ ଦେବାକୁ ନ ଯାଆନ୍ତି ସେମାନଙ୍କ ଘର ଆଗରେ ଅନ୍ତ୍ୟେଷ୍ଟ ସାମଗ୍ରୀ ଫିଙ୍ଗା ଯାଉଥିଲା। ଏହା ଟିଏମସିର ସେହି ଚରିତ୍ରକୁ ଦର୍ଶାଉଛି ଗଣତନ୍ତ୍ର ବଦଳେ ଧଳା ସାଢ଼ୀର ଆତଙ୍କରାଜ ଚଳାଇବାକୁ ଉଦ୍ୟମ କରୁଥିଲା। ଟିଏମସି କାର୍ଯ୍ୟାଳୟରୁ ସାଢ଼ୀ ଜବତ ହେବା ଘଟଣାକୁ ବିରୋଧୀ ଦଳ ଏବେ ଡେଥ ୱାରେଣ୍ଟ ବୋଲି କହୁଛି।