LIVE TV

୮ ଦିନ ପରେ ମେଡିକାଲରୁ ଡିସଚାର୍ଜ ହେଲେ ବୁଦ୍ଧାଦିତ୍ୟ ମହାନ୍ତି, ଫୁସଫୁସ୍‌ଜନିତ ସଂକ୍ରମଣରେ ଥିଲେ ଆକ୍ରାନ୍ତ

NEWS7
budhaditya

କଟକ ୨୩।୦୯ : ଡିସଚାର୍ଜ ହେଲେ ବୁଦ୍ଧାଦିତ୍ୟ । କଟକର ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡର ଲୋକପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି। ଫୁସଫୁସ୍‌ଜନିତ ସଂକ୍ରମଣ କାରଣରୁ ଗତ ୮ ଦିନ ତଳେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏବେ ସୁସ୍ଥ ହୋଇ ସେ ଘରକୁ ଫେରିଛନ୍ତି। ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ସେ ସୁସ୍ଥ ହୋଇଥିବା କହିଛନ୍ତି। ଏବେ ପାଇଁ ଖୁବ୍ କମ୍ କଥା ହେବାକୁ ଡାକ୍ତର ତାଙ୍କୁ ପରାମର୍ଶ ଦେଇଛନ୍ତି।

ଖବର ଅନୁଯାୟୀ, ଗତ ଆଠ ଦିନ ତଳେ ବୁଦ୍ଧାଦିତ୍ୟ ମହାନ୍ତି ଘରେ ଥିବା ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତୁରନ୍ତ ପରିବାର ଲୋକେ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ହୋଇ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡିସିନ୍ ବିଭାଗର ଡାକ୍ତର ଚିକିତ୍ସା କରୁଥିଲେ। ୮ ଦିନ ପରେ ଆଜି ସୁସ୍ଥ ହୋଇ ବୁଦ୍ଧାଦିତ୍ୟ ଘରକୁ ଫେରିଛନ୍ତି। ଘରେ ରହି ନିୟମିତ ମେଡିସିନ୍ ଓ ରେଷ୍ଟ ନେଲେ ସମ୍ପୂର୍ଣ୍ଣ ଭାବରେ ଠିକ୍ ହେଇଯିବେ ବୋଲି ସୂଚନା ମିଳିଛି।

ଓଡ଼ିଶାବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ବୁଦ୍ଧାଦିତ୍ୟ ସୁସ୍ଥ ହୋଇଥିବା କହିଛନ୍ତି। ସେ ଯେଉଁ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସେଠାକାର ଡାକ୍ତର ଓ ନର୍ସଙ୍କୁ ଧନ୍ୟବାଦ ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଓଲିଉଡ୍‌ରେ ଜଣେ ଷ୍ଟାଇଲିସ ହିରୋ ଭାବେ ବେଶ ଜଣାଶୁଣା ବିଦ୍ଧାଦିତ୍ୟ ମହାନ୍ତି । ୧୭ ଜାନୁଆରୀ ୧୯୭୮ ମସିହାରେ କଟକରେ ଜନ୍ମ ହୋଇଥିଲେ । ପିଲା ବେଳୁ ଅଭିନୟ ପ୍ରତି ବୁଦ୍ଧାଦିତ୍ୟଙ୍କ ବେଶ୍‌ ଦୁର୍ବଳତା ରହିଥିଲା । ଯାହାକି ତାଙ୍କୁ ଶେଷରେ ବାଧ୍ୟ କରିଥିଲ ଟେଲି ଓ ଫିଲ୍ମ ଦୁନିଆକୁ ଆସିବାକୁ । ୨୦୦୭ରେ ଆଇ ଲଭ ମାଇଁ ଇଣ୍ଡିଆ ଜରିଆରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ ବିଦ୍ଧାଦିତ୍ୟ । ଏହାପରେ ୨୦୦୮ରେ ନନ୍ଦିନୀ ଆଇ ଲଭ ୟୁ, ୨୦୦୯ରେ କୋଉ ଦୁନିଆରୁ ଆସିଲ ବନ୍ଧୁ, ୨୦୦୯ରେ ପାଗଳ କରିଛି ପାଉଁଜି ତୋର, ୨୦୦୯ରେ ପ୍ରେମ ରୋଗୀ, ୨୦୧୧ରେ ତୁ ଥିଲେ ମୋ ଡର କାହାକୁ, ୨୦୧୧ରେ ଲୋଫର, ୨୦୧୨ରେ ଓମ୍‌ ସାଇ ରାମ୍‌, ୨୦୧୪ରେ ସଂଗ୍ରାମ, ୨୦୧୫ରେ ଜଗା ହାତରେ ପଘା, ୨୦୧୬ରେ ବାଏ ବାଏ ଦୁବାଇ, ୨୦୧୯ରେ ଶ୍ରୀମାନ ସୁରଦାସ, ୨୦୨୨ରେ ଆସ୍ଥିକ ନାସ୍ଥିକ, ୨୦୨୩ରେ ଡେଲିଭରି ବୟ । ଓଲିଉଡରେ ଡେବ୍ୟୁ ପୂର୍ବରୁ କିଛି ହିନ୍ଦି ସିରିୟଲରେ ଅଭିନୟ କରିଥିଲେ ବୁଦ୍ଧାଦିତ୍ୟ । ୨୦୦୨ରେ କୁମ୍‌କୁମ୍‌, ୨୦୦୪ରେ ମେହେର, ୨୦୦୪ ପ୍ରତିମା, ୨୦୦୮ ଓ୍ୱାରିସ୍‌, ୨୦୦୬ରେ ସ୍ତ୍ରୀ ତେରି କାହାନୀ, ୨୦୧୨ରେ କ୍ୟା ହୁଆ ତେରି ଓ୍ୱାଦା, ୨୦୧୧ରେ ସାଧବ ବୋହୁ । ​​​​​​​