ଲକ୍ଷ୍ନୌ,୨୫/୦୪ : ଦୁଇକ ପଣିକିଆ କହିପାରିଲାନି ଭାବି ସ୍ୱାମୀ । ଗୁଣନ ଆସିଲାନି । ନିର୍ବନ୍ଧ ଦିନ ବାହାଘର ଭାଙ୍ଗିଦେଲେ କନିଆଁ । ମୁର୍ଖକୁ ବାହା ହେବନି ବୋଲି ସିଧାସିଧା କହିଦେଲା । ଏପରି କିଛି ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ମହୋବାରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି ।

ସାଧାରଣତଃ ବିବାହ ହେଉଛି ପବିତ୍ର ବନ୍ଧନ । ସାରା ଜୀବନ ପତି ଏବଂ ପତ୍ନୀ ଏକାଠି ରହିଥାନ୍ତି । ପୂର୍ବରୁ ଆରେଞ୍ଜ୍ ମ୍ୟାରେଜ୍ ଉପରେ ବିଶ୍ୱାସ କରୁଥିଲେ ଯୁବପୀଢି । ଏବେ ପ୍ରେମ ବିବାହକୁ ଫୋକସ କରୁଛନ୍ତି । ଯାହାଫଳରେ ସେମାନେ ପରସ୍ପରକୁ ଭଲ ଭାବେ ବୁଝି ପାରୁଛନ୍ତି । ଜାଣି ପାରୁଛନ୍ତି । କିନ୍ତୁ ଆରେଞ୍ଜ୍ ମ୍ୟାରେଜ୍ ରେ ଏହା ସମ୍ଭବପର ହୋଇପାରେ ନାହିଁ । ଫଳରେ ଭୁଲ୍ ବୁଝାମଣା ହୋଇଥାଏ । ଯ।ହା ଉତ୍ତରପ୍ରଦେଶରେ ଘଟିଛି ।

ରିପୋର୍ଟ ଅନୁସାରେ, ମହୋବା ଜିଲ୍ଲାରେ ଜଣେ ଯୁବତୀ ସବୁ କିଛି ଠିକ୍ ଠାକ୍ ପରେ ବିବାହ କରିବାକୁ ମନା କରିଦେଇଛନ୍ତି । କାରଣ ବିବାହ ଠିକ୍ ହେଲା ପରେ ସେ ତାଙ୍କ ଭାବି ସ୍ୱାମୀଙ୍କୁ ଦୁଇକ ପଣିକିଆ ପଚାରିଥିଲେ । ହେଲେ ଭାବି ସ୍ୱାମୀ ଏହା ବୁଝିପାରିନଥିଲେ । ଫଳରେ ଯୁବତୀଜଣଙ୍କ ବିବାହ କରିବାକୁ ସିଧା ମନା କରିଦେଇଥିଲେ । ପରିବାର ଲୋକେ ବୁଝାସୁଝା କରିଥିଲେ ବି ସେ ରାଜି ହୋଇନଥିଲେ ।

ନିର୍ବନ୍ଧରେ ସନ୍ଦେହ

ନିର୍ବନ୍ଧ ଦିନ ଯୁବକଙ୍କ ଆଚରଣ ଯୁବତୀଙ୍କୁ ଭଲ ଲାଗିନଥିଲା । ସେ କିଛି ନଜାଣିବା ଭଳି ହେଉଥିଲେ । ଯାହା ଯୁବତୀଙ୍କ ସନ୍ଦେହ ବଢାଇଥିଲା । ଏହାପରେ ସେ କିଛି ଗୁଣନ ପଚାରିଥିଲେ । ଏପରିକି ଦୁଇକ ପଣିକିଆ କହିବାକୁ କହିଥିଲେ । ଅନେକ ଚେଷ୍ଟା କରି ମଧ୍ୟ ଯୁବକ ଉତ୍ତର ଦେଇପାରିନଥିଲେ ।

​​​​​​​Also Read :- Iran US Talks: ଖୁବଶୀଘ୍ର ଇରାନ-ଆମେରିକା ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ, US ସହ ସିଧା ଆଲୋଚନା କରିବନି କହିଲା ଇରାନ

ପୋଲିସର ହସ୍ତକ୍ଷେପ

ମାମଲା ସାମ୍ନାକୁ ଆସିବା ପରେ ଦୁଇ ପକ୍ଷ ଥାନାର ଦ୍ୱାରସ୍ତ ହୋଇଥିଲେ । ପରସ୍ପରକୁ ଦେଇଥିବା ଉପହାର ଫେରାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଶେଷରେ ପୋଲିସ ମଧ୍ୟସ୍ତତା କରି ମାମଲାକୁ ଶାନ୍ତ କରିଥିଲା । ତେବେ ଘଟଣାକୁ ନେଇ କେହି ହେଲେ ଏଫଆଇଆର ଦେଇନଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି ।