ଆସିକା ୧୭।୦୮ : ଆଜି ଶ୍ରାବଣ ମାସରେ ତୃତୀୟ ସୋମବାର । ଜଳାଭିଷେକ ଲାଗି କାହିଁ କେତେ ଦୂରରୁ କାଉଡିଆମାନେ ଯାତ୍ରା କରୁଛନ୍ତି । ହେଲେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଯୁଯୁନାଗିରି ପାହାଡ଼ ଉପରେ ଥିବା ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରରୁ ଆସିଛି ଏକ ଅଭାବନୀୟ ଘଟଣା ।

ମୃତକ ଲିଚୁ ଓ ତାଙ୍କର କେତେ କିଛି ସହଯୋଗୀ ମିଶି ବୋଲବମ ଆସିଥିଲେ l ଆସିକା ଋଷିକୂଲ୍ୟା ନଦୀରୁ ପାଣି ଉଠେଇବା ପରେ ସେମାନେ ଜଳାଭିଷେକ ପାଇଁ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଯୁମୁନାଗିରି ପାହାଡ ଉପରେ ଥିବା ପ୍ରସିଦ୍ଧ ଶୈବପୀଠ ସିଦ୍ଧେଶ୍ୱର ମନ୍ଦିରକୁ ଜଳାଭିଷେକ କରିବାକୁ ଯାଇଥିଲେ l ୧୨ ଶହ ପାହାଚ ଅତିକ୍ରମ କରି ମୁଖ୍ୟ ପୀଠରେ ପହଞ୍ଚି ଜଳାଭିଷେକ କରିଥିଲେ । ସେଠାରୁ ତଳକୁ ଖସିବା ସମୟରେ ଅଧା ପାହାଚରେ ଲିଚୁ ହୃଦଘାତର ଶିକାର ହୋଇ ଟଳିପଡ଼ିଥିଲେ l ସେଠାରୁ ଆମ୍ବୁଲାନ୍ସ ସହାୟତାରେ ତାଙ୍କ ସହଯୋଗୀ ମାନେ ଉଦ୍ଧାର କରି ଆସିକା ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର l ଘଟଣାସ୍ଥଳରେ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି l ମୃତକ ହେଲେ ରାଇକିଆ ଅନ୍ତର୍ଗତ ଡୋଡିଙ୍ଗିଆ ପଞ୍ଚାୟତର ୩୫ ବର୍ଷିୟ ଲିଚୁ ବିନ୍ଧାଣୀ l

Watch Video:-