କଟକ ୪।୭: କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା IIC । ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ IIC ବ୍ୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ତଦନ୍ତ ଆରମ୍ଭ କରିଛି

ସୂଚନାଯୋଗ୍ୟ ଯେ, କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳା ଆଇଆଇସିଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି । ଶୁକ୍ରବାର ରାତିରେ ସବୁ ସ୍ବାଭାବିକ ଥିଲେ ମଧ୍ୟ କେଉଁ ପରିସ୍ଥିତିରେ ଶନିବାର ସକାଳୁ ତାଙ୍କ ଝୁଲନ୍ତା ମୃତଦେହ ମିଳିଲା ତାହା ସନ୍ଦେହ ସୃଷ୍ଟି କରିଛି । ତେବେ ତାଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତ୍ୟୁର କାରଣ ଖୋଜା ଚାଲିଛି । ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲକୁ ମୃତଦେହ ପଠାଯାଇଛି । ଏସ୍‌ସିବି ମେଡିକାଲରେ ପହଞ୍ଚିଛନ୍ତି ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳ ।

Also Read:- ରଥଯାତ୍ରା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ବଡ଼ଦାଣ୍ଡରେ ଦିଆଯିବ ନାହିଁ ରନ୍ଧା ଖାଦ୍ୟ !

ତେବେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ଜୋନ୍ ଏସିପି ସୁଧାଂଶୁ ଜେନା ଓ ଅତିରିକ୍ତ ଡିସିପି ଅମରେନ୍ଦ୍ର ପଣ୍ଡା । ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଗତକାଲି ରାତିରେ ସ୍ବାଭାବିକ ଥିଲେ IIC ବ୍ୟୁଟି ମହାନ୍ତି । ରାତି ପ୍ରାୟ ସାଢ଼େ ୧୦ଟାରେ ଡ୍ୟୁଟି ସାରି ବିଶ୍ରାମ ନେବା ପାଇଁ ଥାନାର ଦ୍ବିତୀୟ ମହଲାକୁ ଯାଇଥିଲେ ବ୍ୟୁଟି। ଘରକୁ ଫେରିବା ପରିବର୍ତ୍ତେ ରେଷ୍ଟ ରୁମ୍‌ରେ ରହିଥିଲେ ବ୍ୟୁଟି । ଶନିବାର ସକାଳୁ ଫୋନ୍ ନଉଠାଇବାରୁ ଓ କବାଟ ନଖୋଲିବାରୁ ଥାନା କର୍ମଚାରୀ କବାଟ ଭାଙ୍ଗି ଭିତରକୁ ପଶିଥିଲେ । ଭିତରେ ବ୍ୟୁଟି ମହାନ୍ତିଙ୍କ ମୃତଦେହ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଥିଲା ।