ବାଲେଶ୍ବର: ଆବର୍ଜନା ଗଦା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର। ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ବାଲେଶ୍ୱର ଟାଉନ୍ ଥାନା ଅର୍ନ୍ତଗତ ମୋତିଗଞ୍ଜ ସ୍ଥିତ ବଣିଆ ମାର୍କେଟ୍ ନିକଟସ୍ଥ କାଳୀ ମନ୍ଦିର ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ମାଣିଖମ୍ବ ଡିଙ୍ଗାମାଡିଙ୍ଗା ଅଞ୍ଚଳର ଅନିରୁଦ୍ଧ ସିଂହ। ସେ ବୃତ୍ତିରେ ଜଣେ ଇଲେକ୍ଟ୍ରିସିଆନ୍ ଭାବେ କାର୍ଯ୍ୟ କରୁଥିଲେ।

ଅପରାହ୍ନ ପ୍ରାୟ ୪ଟା ୧୫ ସମୟରେ ଅନିରୁଦ୍ଧ ଚେତା ଶୂନ୍ୟ ହୋଇପଡ଼ିଥିବାର ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ମୃତକଙ୍କ ସମ୍ପର୍କୀୟଙ୍କ ଅନୁଯାୟୀ, ଅନିରୁଦ୍ଧଙ୍କ ମୁଣ୍ଡ ଫାଟି ରକ୍ତସ୍ରାବ ହୋଇଥିବା ବେଳେ ହାତ କହୁଣୀ ଆଦି ସ୍ଥାନରେ ଗଭୀର ଆଘାତ ରହିଛି ଏବଂ ତାଙ୍କୁ ଘୋଷାଡ଼ି ନେଇ ଅଳିଆ ଆବର୍ଜନା ଗଦା ନିକଟରେ ଫିଙ୍ଗିଦିଆଯାଇଛି। ଏମିତିରେ କେହି ଯୋଜନାବଦ୍ଧ ଭାବେ ତାଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ ପ୍ରକାଶ କରିବା ସହ ଥାନାରେ ଏତଲା ଦେଇଛନ୍ତି। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।

Also Read: ଦୁହେଁ ମିଶି ମଦ ପିଇଲେ, ଆହୁରି ମାଗିଲା ସ୍ବାମୀ.. ଦେଲାନି ବୋଲି ସ୍ତ୍ରୀକୁ ମାରି ବାଡ଼ିପଟେ ପୋତିଦେଲା