ମୁମ୍ବାଇ ୨୪।୧: ବୃହନ୍ମୁମ୍ବାଇ ମହାନଗର ନିଗମ(ବିଏମସି) ମେୟର ଇଲେକ୍ସନ ଶେଷ ସମୟରେ ଟଳି ଯାଇଛି। ଏବେ ଏହି ନିର୍ବାଚନ ୩୧ ଜାନୁୟାରୀ ବଦଳେ ଫେବୃଆରୀ ପ୍ରଥମ ସପ୍ତାହରେ ହେବ। କାରଣ ଭାରତୀୟ ଜନତା ପାର୍ଟି (ବିଜେପି ) ଓ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା କର୍ପୋରେଟରଙ୍କ ଗୃପ ରେଜିଷ୍ଟ୍ରେସନ ଶେଷ ହୋଇ ପାରିନାହିଁ। ଏହି ଅସୁବିଧା ଯୋଗୁ ବିଏମସି ମେୟର ନିର୍ବାଚନ ଅଟକି ଯାଇଛି। ମେୟର ପଦବୀ ନିମନ୍ତେ ରିଜର୍ଭେସନ ଘୋଷଣା ପରେ ବିଏମସି ଜାନୁୟାରୀ ୩୧ ତାରିଖରେ ଭୋଟିଂ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଥିଲା।

ଯେଉଁ ପର୍ଯ୍ୟନ୍ତ ସବୁ ଗୃପ ମ୍ୟୁନିସିପାଲ ସେକ୍ରେଟାରୀଙ୍କ ଅଫିସରେ ସାର୍ଟିଫିକେଟ ଜମା ନ କରିଛନ୍ତି ସେ ପର୍ଯ୍ୟନ୍ତ ମେୟର ନିର୍ବାଚନ ପ୍ରକ୍ରିୟା ଆଗକୁ ବଢି ପାରିବ ନାହିଁ। ତେବେ ଶିବସେନା (ୟୁବିଟି) ଓ ଏମଏନଏସ୍ ର ୬୫ ଜଣ କର୍ପୋରେଟର ସେମାନଙ୍କ ରେଜିଷ୍ଟ୍ରେସନ ଶେଷ କରିଦେଇଛନ୍ତି। ଏଣୁ ମେଣ୍ଟ ଆଗେଇ ଯାଇଥିବା ବେଳେ ସେମାନଙ୍କ ବିରୋଧି ପଛେଇ ଯାଇଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏବେ ବିଏମସି ମେୟର ନିର୍ବାଚନ ଫେବୃଆରୀ ପ୍ରଥମ ସପ୍ତାହରେ ହୋଇପାରେ। ଏଣୁ କାଗଜ କାମକୁ ସମୟ ମିଳିଯିବ। ହେଲେ ବିଜେପି ଏ ସିନ୍ଦେଙ୍କ ଶିବସେନା ମଧ୍ୟରେ ଏବେବି ଅନିଶ୍ଚିତତା ଲାଗି ରହିଛି। ଏଣୁ ମେୟର ନିର୍ବାଚନରେ ବିଳମ୍ବ ହେଉଥିବା ବେଳେ ମହାରାଷ୍ଟ୍ରରେ ଶାସକ ମେଣ୍ଟ ରେ ଫାଟ ଏବେ ଜଳଜଳ ହୋଇ ଦିଶୁଛି।

୬୦ ହଜାର କୋଟି ଟଙ୍କା ବଜେଟର ବିଏମସିରେ ପ୍ରତ୍ୟେକ ବିଳମ୍ବ ବାଜିକୁ ଆହୁରି ବଢାଇ ଦେଉଛି। ଶିବସେନା(ୟୁବିଟି) ଓ ଏମଏନଏସ ମେଣ୍ଟର ପ୍ରସ୍ତୁତି ବିରୋଧୀଙ୍କ ଅବ୍ୟବସ୍ଥାର ବିପରୀତ, ଏଣୁ ଶେଷ ମୁହୂର୍ତ୍ତରେ ବୈଠକର ସମ୍ଭାବନା ସୃଷ୍ଟି ହୋଇଛି। ଏଣୁ ଫେବୃଆରୀ ଯେତିକି ପାଖଉଛି ମେୟର ପଦବୀ କାହାକୁ ମିଳୁଛି ତାକୁ ମୁମ୍ବାଇ ଅପେକ୍ଷା କରିଛି। ତେବେ ମେୟର ନିର୍ବାଚନକୁ ନେଇ ବିବାଦ ବିଏମସିରେ ମହାୟୁତୀ ମେଣ୍ଟର ବିଜୟ ପରେ ହୋଇଛି। ବିଏମସିରେ ବିଜେପିକୁ ମୋଟ ୮୯ଟି ସିଟ୍ ମିଳିଛି। ସେହିପରି ମେଣ୍ଟ ସହଯୋଗୀ ଶିବସେନାକୁ ୨୯ ସିଟ୍ ମିଳିଛି। ବିଏମସିରେ ମ୍ୟାଜିକ ନମ୍ବର ୧୧୪ ଥିବା ବେଳେ ମହାଯୁତୀ ମେଣ୍ଟକୁ ୧୧୮ ଆସନ ମିଳିଛି।