ବାଲିଗୁଡ଼ା: ସ୍ବାଧୀନତା ଦିବସ ପାଳନ ଉତ୍ସବରେ ପହଞ୍ଚିବା ପୂର୍ବରୁ ପତାକା ଉତ୍ତୋଳନ ସରିଗଲା ବୋଲି ତାତିଲେ ବ୍ଲକ୍ ଅଧ୍ୟକ୍ଷା। ମଞ୍ଚାସୀନ ଅତିଥିକୁ ଗାଳି ଗୁଲଜ କରିବା ସହ ଫିଙ୍ଗିଦେଲେ ପୋଡିୟମ। ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କୋଟଗଡ଼ରେ।

ମିଳିଥିବା ସୂଚନା ଅନୁସାରେ, କୋଟଗଡ଼ରେ ଆୟୋଜିତ ବ୍ଲକସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ପତାକା ଉତ୍ତୋଳନ ପରେ ପହଞ୍ଚିଥିଲେ ବ୍ଲକ୍ ଅଧ୍ୟକ୍ଷା ପିଙ୍କି କହଁର। ହେଲେ ଆସିବା ପୂର୍ବରୁ କାହିଁକି ପତାକା ଉତ୍ତୋଳନ କରାଗଲା ବୋଲି ରାଗିଯାଇ ଜିଲ୍ଲା ପରିଷଦ ଜିରିମୟ ସୁନାମାଝି ଓ ସମର୍ଥକଙ୍କ ସହ ମିଶି ହଙ୍ଗାମା କରିଥିଲେ। ଏମିତିକି ସଭାମଞ୍ଚରେ ଚଢ଼ି ପୋଡ଼ିୟମ ଫିଙ୍ଗି ଦେବା ସହ ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରିଥିବା ନେଇ ଅଭିଯୋଗ ହୋଇଛି।

Also Read: ବନ୍ୟା ପାଣିରେ ବୁଡ଼ିଲା ସ୍କୁଲ, ତଥାପି ଫିକା ପଡ଼ିଲାନି ସ୍ୱାଧୀନତା ଦିବସର ଉତ୍ସାହ

ତେବେ ପ୍ରାୟ ୩୦ ମିନିଟ ଧରି ଏଭଳି ହାଇଡ୍ରାମା ଦେଖିବାକୁ ମିଳିଥିଲା। ଫଳରେ ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବ୍ୟାଘାତ ହୋଇଥିଲା। ସେପଟେ ଏଭଳି ପବିତ୍ର ଦିନରେ ଜାତୀୟ ପତାକା ତଳେ ଏଭଳି ସଙ୍ଗୀନ କାର୍ଯ୍ୟକଳାପକୁ ସାଧାରଣ ଜନତା ନାପସନ୍ଦ କରିଛନ୍ତି ।