ପିପିଲି ୨୮।୫: ବିଜେପି ବଢ଼ୁଛି, ବିଜେଡି ଛିଡ଼ୁଛି । ପିପିଲିରେ ବିଜେଡିକୁ ଲାଗିଲା ବଡ଼ ଝଟ୍‌କା । ବିଜେଡି ଛାଡି ବିଜେପିରେ ଯୋଗ ଦେଲେ ପିପିଲି ବ୍ଲକର ଜଣେ ଟାଣୁଆ ନେତା ପ୍ରମୋଦ କୁମାର ନନ୍ଦ ଓ ଭାରତୀପୁର ପଞ୍ଚାୟତ ସରପଞ୍ଚ ଜଗନ୍ନାଥ ନନ୍ଦ । ତାଙ୍କ ସହିତ ଏହି ପଞ୍ଚାୟତରୁ ୧୦୦ରୁ ଅଧିକ ମହିଳା ଓ ପୁରୁଷ ବିଜେଡି ଓ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ।

ବୁଧବାର ଭାରତୀପୁର ମା’ ଯୋଗମାୟା ମନ୍ଦିର ପ୍ରାଙ୍ଗଣ ଠାରେ ବିଜେପି କରିଥିଲା ମିଶ୍ରଣ ପର୍ବ । ଏହି ମିଶ୍ରଣ ପର୍ବ ପୁରୀ ଜିଲ୍ଲା ବିଜେପି ସଭାପତି ଦେବେନ୍ଦ୍ର ତରାଇଙ୍କ ସହିତ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ସହ ଦଳର ବହୁ କର୍ମୀ ଯୋଗ ଦେଇଥିଲେ । ପିପିଲିରେ ବିଜେପିକୁ ସଶକ୍ତ କରିବା ସହିତ ଦାଦାଗିରିର ଯୁଗ ଖତମ ବୋଲି ବିଧାୟକ କହିଥିବା ବେଳେ କଂଗ୍ରେସ ଓ ଅନ୍ୟ ଦଳ ମାନେ ପରିବାରକୁ ପାର୍ଟି ଭାବନ୍ତି କିନ୍ତୁ ବିଜେପି ଦଳ ପାର୍ଟିକୁ ପରିବାର ଭାବେ ।

Also Read:- ଦୁଇ ଦିନ ପ୍ରବଳ ବର୍ଷା-ପବନ-ଘଡ଼ଘଡ଼ି ! ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

ଏହା ଅନ୍ୟ ଦଳ ଓ ବିଜେପି ଦଳ ଭିତରେ ପାର୍ଥକ୍ୟ ବୋଲି ସାଂସଦ ଡାକ୍ତର ସମ୍ବିତ ପାତ୍ର କହିଛନ୍ତି । ଏହି ମିଶ୍ରଣ ପର୍ବ ବିଜେଡିକୁ ଦୁର୍ବଳ କରିବା ସହିତ ବହୁତ ବଡ଼ କ୍ଷତି ବୋଲି ଚର୍ଚ୍ଚା ହେଉଛି ।