ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା, ଆମ୍ବପୁଆ ସାଧାରଣ ସଭାରେ ଦେବେ ଯୋଗ

Published By : Prameya-News7 Bureau | April 28, 2024 IST

ଭୁବନେଶ୍ବର ୨୮।୪: ଭୁବନେଶ୍ୱରରେ ପହଞ୍ଚିଲେ ଜେ.ପି. ନଡ୍ଡା । ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି. ନଡ୍ଡା ଭୁବନେଶ୍ବରରେ ପହଞ୍ଚିଲେ । ବ୍ରହ୍ମପୁରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । 

ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ବିମାନରେ ସିଧା ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରିପ୍‌ ଯିବେ । ଆମ୍ବପୁଆ ଠାରେ ସାଧାରଣ ସଭାରେ ଯୋଗଦେବେ ନଡ୍ଡା । ପରେ କାର୍ଯ୍ୟକର୍ତ୍ତା ବୈଠକରେ ଯୋଗଦେବେ । ଏହି ବୈଠକରେ ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ କାର୍ଯ୍ୟକର୍ତ୍ତାମାନେ ଯୋଗଦେବେ । ବ୍ରହ୍ମପୁରରେ ରାତ୍ରି ରହଣୀ କରି ପରଦିନ ସକାଳେ ଦିଲ୍ଲୀ ଫେରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । 

ନିକଟରେ ସୋନପୁର ଆସି ବିଜେପି ନେତାଙ୍କ କର୍ମୀଙ୍କ ମନରେ ଜୋସ୍‌ ଭରିଥିଲେ ବିଜେପି ଚାଣକ୍ୟ ଅମିତ୍ ଶାହ । ଆଉ ଏବେ ଦକ୍ଷିଣ ଓଡ଼ିଶାରେ ଦଳୀୟ ନେତାକର୍ମୀ ଲାଗି ବୁଷ୍ଟର ଡୋଜ୍‌ ହେବ ନଡ୍ଡାଙ୍କ ମନ୍ତ୍ର । ଯେହେତୁ ୨୦୧୯ ନିର୍ବାଚନ ଅପେକ୍ଷା ୨୦୨୪ରେ  ଦକ୍ଷିଣ ଓଡ଼ିଶାରେ ଦଳର ସମୀକରଣ ବଦଳିଛି ତେଣୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗସ୍ତ ଦଳକୁ ବଳ ଦେବ ବୋଲି କୁହାଯାଉଛି । 

You Can Read :

ସୁପର ସନ୍‌ଡେରେ ଜମିବ ହାଇଭୋଲଟେଜ୍ ପ୍ରଚାର : ବ୍ରହ୍ମପୁରରେ ନଡ୍ଡା-କଟକରେ ରାହୁଲଙ୍କ କ୍ୟାମ୍ପେନିଂ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.