ମେ' ୧୩ରେ ମାଲକାନଗିରିରେ ମତଦାନ; ବୁଥ୍ ମୁହାଁ ପୋଲିଂ ପାର୍ଟି

Published By : Prameya-News7 Bureau | May 12, 2024 IST

ମାଲକାନଗରି: ସୋମବାର ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୪ଟି ଲୋକସଭା ଓ ୨୮ ବିଧାନସଭା କ୍ଷେତ୍ରରେ ମତଦାନ ହେବ । କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭାରେ ମତାଧିକାର ସାବ୍ୟସ୍ତ କରିବେ ଭୋଟର । ତେବେ ନବରଙ୍ଗପୁର ଲୋକସଭା ଆସନରେ ମାଲକାନଗିରି ବିଧାନସଭା ଆସୁଥିବାରୁ ଏଠାରେ ଭୋଟ୍ ଲାଗି ଧୀରେ ଧୀରେ ବୁଥରେ ପହଞ୍ଚୁଛନ୍ତି । 

ଚିତ୍ରକୋଣ୍ଡା, ମାଥିଲି ଓ କାଲିମେଳା ପରି ମାଓ ପ୍ରବଣ ଅଞ୍ଚଳରେ ଦୁଇ ଦିନ ପୁର୍ବରୁ ପୋଲିଂ ପାର୍ଟି ଇଭିଏମ ସହିତ ବୁଥ୍ ମୁହାଁ ହୋଇଛନ୍ତି । ୨୦୨୪ ନିର୍ବାଚନରେ ମାଲକାନଗିରି ଜିଲ୍ଲାର ମୋଟ୍ ୪ ଲକ୍ଷ ୫୨ ହଜାର ୫୪୪ ଭୋଟର ନିଜର ମତ ସାବ୍ୟସ୍ତ କରିବେ । ଏଥିପାଇଁ ଜିଲ୍ଲାରେ ମୋଟ୍ ୫୪୭ଟି ପୋଲିଂ ଷ୍ଟେସନ ତିଆରି ହୋଇଛି । ଏଥିରେ ୧୧୪ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି । ତେବେ ଏହି ମାଓ ପ୍ରବଣ ସ୍ଥାନ ଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ମହିଳାଙ୍କ ପାଇଁ ୩୦ଟି ସଖୀ ବୁଥ୍ ରହିଛି ଯାହା ସଂପୂର୍ଣ୍ଣ ଭାବେ ମହିଳାମାନଙ୍କ ଦ୍ବାରା ପରିଚାଳିତ ହେବ । ଭିନ୍ନକ୍ଷମଙ୍କ ଲାଗି ୨ଟି ବୁଥ୍ ରହିଥିବା ବେଳେ ୧୦ଟି ଯୁବ ବୁଥ୍ ରହିଛି । ମାଲକାନଗିରି ଜିଲ୍ଲା ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଏଠାରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.