ଭୁବନେଶ୍ୱର ୧୩।୦୫ : ସୋମବାର ପ୍ରଥମ ପର୍ଯ୍ୟାୟ ଭୋଟ । ସକାଳ ୫ ଟା ୩୦ରେ ପ୍ରଥମ ମକ୍ ପୋଲିଂ କରାଯାଇଥିଲା । ଏହି ସମୟରେ କିଛି ସ୍ଥାନରେ ଇଭିଏମ୍ ଖରାପ ଥିବାର ଜଣାପଡିଛି । ତେବେ ଖରାପ ଇଭିଏମ୍କୁ ବଦଳାଯାଇଛି ବୋଲି ପ୍ରେସ୍ମିଟ୍ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସକାଳୁ ସକାଳୁ ସୁରୁଖୁରୁରେ ମତଦାନ ଚାଲିଛି। କଳାହାଣ୍ଡିରେ ସର୍ବାଧିକ ୧୦ଟି ବାଲାଟ ୟୁନିଟ ଖରାପ ଥିଲା । ସ୍ୱାଭିମାନ ଅଞ୍ଚଳ ଲୋକ ଗତ ବର୍ଷ ବିଏସ୍ଏଫ୍ କ୍ୟାମ୍ପରେ ମତଦାନ କରିଥିଲେ । ଏ ବର୍ଷ ନିଜ ନିଜ ସ୍ଥାନରେ ଭୋଟ ଦେଉଛନ୍ତି।
ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସକାଳୁ ସବୁ ସ୍ଥାନରେ ସୁରୁଖୁରୁରେ ଚାଲିଥିବା କହିଛନ୍ତି ଏସ୍ପିଏନ୍ଓ ସଞ୍ଜୟ କୁମାର।