କନ୍ନଡର ଟେଲି ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଦେହାନ୍ତ, ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ

Published By : Prameya-News7 Bureau | May 13, 2024 IST

ମୁମ୍ଵାଇ ୧୩।୦୫: ଏବେ ମନୋରଞ୍ଜନ ଶିଳ୍ପ ପୁଣି ଦୁଃଖଦ ଖବର ସାମ୍ନାକୁ ଆସିଛି । ଟେଲି ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ପରଲୋକ।ସଡକ ଦୁର୍ଘଟଣାରେ କନ୍ନଡ଼ ଟେଲି ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ମୃତ୍ୟ ହୋଇଛି। ରବିବାର ଦିନ ଆନ୍ଧ୍ରପ୍ରଦେଶର ମେହେବୁବା ନଗର ନିକଟରେ ଅଭିନେତ୍ରୀଙ୍କ କାରଟି ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଥିଲା। ପରେ ହାଇଦ୍ରାବାଦରୁ ଆସୁଥିବା ଏକ ବସ୍ ତାଙ୍କ କାରକୁ ଧକ୍କା ଦେଇଥିଲା। 

ସେ କର୍ଣ୍ଣାଟକାରରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।ଏହି ଦୁର୍ଘଟଣାରେ ଅଭିନେତ୍ରୀଙ୍କ ସମ୍ପର୍କୀୟ ଭଉଣୀ, ଡ୍ରାଇଭର ଓ ଅଭିନେତା ଚନ୍ଦ୍ରକାନ୍ତ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଘଟଣାସ୍ଥଳରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ମାମଲାର ତଦନ୍ତ ଜାରି ରଖିଛି। ଫଳରେ ପବିତ୍ରା ଗୁରୁତର ଆହତ ହେବା ପରେ ସହ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।ପବିତ୍ରା ଜୟରାମ କନ୍ନଡ଼ ବ୍ୟତୀତ ଲୋକପ୍ରିୟ ତେଲୁଗୁ ଧାରାବାହିକ 'ତ୍ରିନୟନୀ'ରେ ଅଭିନୟ କରିଥିଲେ। ଏହି ସିରିଏଲ୍‌ରୁ ସେ ଢ଼େର ଲୋକପ୍ରିୟତା ପାଇଛନ୍ତି। କନ୍ନଡ଼ ଟେଲି ଜଗତରେ ଶୋକର ଛାୟା ଖେଳି ଯାଇଛି।  ଅଭିନେତ୍ରୀଙ୍କ ଦେହାନ୍ତରେ ସଭିଏଁ ଶୋକ ପ୍ରକାଶ କରିବା ସହ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.