ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ୪ ଲୋକସଭା ସହ ୨୮ ବିଧାନସଭା ଆସନରେ ଚାଲିଛି ଭୋଟିଂ

Published By : Prameya-News7 Bureau | May 13, 2024 IST

ଭୁବନେଶ୍ୱର ୧୩।୦୫ :  ଆଜି ମେ ୧୩ ତାରିଖ। ଆଉ ଓଡିଶାରେ ଆରମ୍ଭ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ମତଦାନ। ଆଜି ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଓଡ଼ିଶାରେ ହେଉଛି ପ୍ରଥମ ପର୍ଯ୍ୟାୟ ଭୋଟ। 

ଓଡ଼ିଶାର ୪ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ହେଉଛି ମତଦାନ।  ଏଥିପାଇଁ ସକାଳ ୭ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି ମତଦାନ। ଆଜି ଯେଉଁ ୪ ଲୋକସଭା ଆସନରେ ମତଦାନ ହେଉଛି ସେଗୁଡ଼ିକ ହେଉଛି ବ୍ରହ୍ମପୁର, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ। ଆଜି ବ୍ରହ୍ମପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡିରେ ହେଉଛି ଭୋଟ ଗ୍ରହଣ। 

ସେହିପରି କଳାହାଣ୍ଡି ଲୋକସଭା ଆସନ ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ନୂଆପଡ଼ା, ଖରିଆର, ଲାଞ୍ଜିଗଡ଼, ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା, ନର୍ଲାରେ ହେଉଛି ମତଦାନ। ନବରଙ୍ଗପୁର ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, କୋଟପାଡ, ମାଲକାନଗିରି, ଚତ୍ରକୋଣ୍ଡାରେ ମତଦାନ। ଏବଂ କୋରାପୁଟ ଲୋକସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନ- ଗୁଣୁପୁର, ବିଷମକଟକ, ରାୟଗଡ଼ା, ଲକ୍ଷ୍ମୀପୁର, ଜୟପୁର, କୋରାପୁଟ, ପଟ୍ଟାଙ୍ଗୀ ଚାଲିଛି ମତଦାନ। 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.