ଚତୁର୍ଥ ପର୍ଯ୍ୟାୟ ମତଦାନ ଆରମ୍ଭ; ୯୬ ଆସନରେ ଚାଲିଛି ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

Published By : Prameya-News7 Bureau | May 13, 2024 IST

ନୂଆଦିଲ୍ଲୀ: ଚତୁର୍ଥ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ । ୯ ରାଜ୍ୟ ଓ ୧ କେନ୍ଦ୍ରଶାସିତ ପ୍ରଦେଶର ୯୬ ଲୋକସଭା ଆସନରେ ମତଦାନ । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସଂଧ୍ୟା ଯାଏ ଚାଲିବ । ମୋଟ୍ ୧୭୧୭ଜଣ ପ୍ରାର୍ଥୀ ଭାଗ୍ୟ ପରୀକ୍ଷା ନିର୍ଦ୍ଧାରଣ କରିବେ ୧୭.୭ କୋଟି ଭୋଟର । ଏମାନଙ୍କ ମଧ୍ୟରେ ୮.୯୭ କୋଟି ପୁରୁଷ ଭୋଟର ରହିଥିବା ବେଳେ ୮.୭୩ କୋଟି ମହିଳା ଭୋଟର ରହିଛନ୍ତି । ଏଥିପାଇଁ ୧ ଲକ୍ଷ ୯୨ ହଜାର ମତଦାନ କେନ୍ଦ୍ର ପ୍ରସ୍ତୁତି ହୋଇଛି ।   ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶର ସମସ୍ତ ୨୫ ଆସନ ଓ ତେଲଙ୍ଗାନାର ସମସ୍ତ ୧୭ ଆସନରେ ଭୋଟିଂ ଜାରି ରହିଛି । ଏହା ବ୍ୟତୀତ ଉତ୍ତରପ୍ରଦେଶର ୧୩, ମହାରାଷ୍ଟ୍ରର ୧୧, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର ୮ ଲେଖାଏ, ବିହାରର ୫, ଓଡ଼ିଶା ଓ ଝାଡଖଣ୍ଡର ୪ ଲେଖାଏ ଏବଂ ଜମ୍ମୁ-କାଶ୍ମୀରର ଗୋଟିଏ ଆସନରେ ମତଦାନ ଜାରି ରହିଛି।

ଆନ୍ଧ୍ରପ୍ରଦେଶର ୧୭୫ ବିଧାନସଭା ଆସନ ପାଇଁ ମଧ୍ୟ ସୋମବାର ଭୋଟ୍ ଗ୍ରହଣ କରାଯିବ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ମୋଟ୍ ୧୭୧୭ଜଣ ପ୍ରାର୍ଥୀ ସେମାନଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି । ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ଅଛନ୍ତି ଅଖିଳେଶ ଯାଦବ କନୌଜ ସିଟରୁ ଲୋକତଭା, ଓମାର ଅବଦୁଲ୍ଲା ଶ୍ରୀନଗର, ଗିରିରାଜ ସିଂହ ବେଗୁସରାଇ, ଅର୍ଜୁନ ମୁଣ୍ଡା ଖୁଣ୍ଟି, ଅଧିର ରଞ୍ଜନ ଚୌଧୁରୀ ବରହମପୁର, ମହୁଆ ମୋଇତ୍ର କ୍ରିଷ୍ଣାନଗର, ଶତ୍ରୁଘ୍ନ ସିହ୍ନା ଆସନସୋଲ, ଆସଦୁଦ୍ଦିନ ଓୱେସି ହାଇଦ୍ରାବାଦ ଏବଂ ୱାଇଏସ୍‌ ଶର୍ମିଳା କଡପ୍ପା ଆସନରୁ ନିର୍ବାଚନ ଲଢ଼ୁଛନ୍ତି । 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.